କରୋନା ଭାଇରସ ମହାମାରୀର ଭବିଷ୍ୟତବାଣୀ କରିଥିବା ମହନ୍ତ କରସନଦାସ ବାପୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ରାଜକୋଟ : ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କରୋନା ଭାଇରସ ମହାମାରୀର ଭବିଷ୍ୟତବାଣୀ କରିଥିବା ମହନ୍ତ କରସନଦାସ ବାପୁଙ୍କୁ ଭେଟିଛନ୍ତି।

ବାପୁ ନୂଆ ଭବିଷ୍ୟବାଣୀ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଆଶିର୍ବାଦ ମଧ୍ୟ କରିଛନ୍ତି। ଗସ୍ତର ତୃୀତୟ ଦିନରେ ପ୍ରଧାନମନ୍ତ୍ରୀ ଜମକନ୍ଦୋରାନାରେ ଏକ ଜନସଭାକୁ ସମ୍ବୋଧିତ କରିଥିବା ବେଳେ ମହନ୍ତ କରସନଦାସ ବାପୁଙ୍କ ଭବିଷ୍ୟବାଣୀ ସମ୍ପର୍କରେ କହିଛନ୍ତି।

ମହନ୍ତ କରସନଦାସ ପ୍ରଶିଦ୍ଧ ଭବିଷ୍ୟତ ବକ୍ତା। ଦେଶରେ କରୋନା ଭାଇରସ ସଂକ୍ରମଣ କାଳରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ୨୦୨୦ରେ ଭୂତାଣୁ ଜନିତ ବେମାରୀରେ ବିଶ୍ୱରେ କୋଟି କୋଟି ଜନତାଙ୍କ ପ୍ରାଣହାନୀ ହେବ ବୋଲି ଭବିଷ୍ୟତ ବାଣୀ କରିଥିଲେ। ମହନ୍ତ କରସନ ଦାସ ୨୦୨୩-୨୪ ଲାଗି କରିଥିବା ଭବିଷ୍ୟତ ବାଣୀ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ସାରା ବିଶ୍ୱରେ ଏହି ସମୟରେ ଅନାହାର ମୃତ୍ୟୁର ସମ୍ମୁଖୀନ ହେବ ବୋଲି କହିଛନ୍ତି। ଏଣୁ ଏଥିରୁ ବର୍ତ୍ତିବା ଲାଗି ବାପୁ ଲୋକଙ୍କୁ ଜୁଆର ଓ ବାଜରା ବୁଣିବାକୁ କହିଛନ୍ତି। ଲୋକେ ଜୁଆର ଓ ବାଜରା ସହିତ ପାଣି ପିଇ ଅନୁନ୍ୟ ବଞ୍ଚିଯିବେ ବୋଲି କହିଛନ୍ତି।

ଭାରତ ସମେତ ସାରା ବିଶ୍ୱରେ ୨୦୨୦ରେ କରୋନା ଭାଇରସ ମହାମାରୀ ବ୍ୟାପିବାର ବର୍ଷକ ପୂର୍ବରୁ ମହନ୍ତ କରସନଦାସ ବାପୁ କୋଟି କୋଟି ମୃତ୍ୟୁର ଭବିଷ୍ୟତବାଣୀ କରିଥିଲେ। ଏଥିରେ ଭୂତାଣୁ ଯୋଗୁ ବିଶ୍ୱରେ ଦେଢ କୋଟି ଲୋକଙ୍କ ପ୍ରାଣ ହାନୀ ହେବ ବୋଲି ବାପୁ କହିଥିଲେ। ଭିଡିଓ ଭାଇରାଲ ହେବା ପରେ ବାପୁ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ । ରାଜକୋଟ ଓ ଗୁଜରାଟର ବିଭିନ୍ନ ପ୍ରାନ୍ତରେ ବାବାଙ୍କ ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି।

Related Posts