ରୋଜର ବିନ୍ନି ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ ! ସୌରଭ ଗାଙ୍ଗୁଲି ଛାଡ଼ିପାରନ୍ତି ପଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିପାରନ୍ତି । ଏନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଗାଙ୍ଗୁଲିଙ୍କ ସ୍ଥାନରେ ଭାରତର କିମ୍ବଦନ୍ତୀ କ୍ରିକେଟର ରୋଜର ବିନ୍ନି ପରବର୍ତ୍ତୀ ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି । ରୋଜର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । ଏହାସହ ସେ ପୂର୍ବରୁ ବିସିସିଆଇର ଚୟନକର୍ତ୍ତା କମିଟିର ସଦସ୍ୟ ଥିଲେ । ଏବେ ଜୟ ଶାହା କ୍ରିକେଟ ବୋର୍ଡ ସମ୍ପାଦକ ଥିବା ବେଳେ ସେ ଆଗକୁ ମଧ୍ୟ ସମାନ ପଦରେ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ଆକଳନ କରାଯାଉଥିଲା ଯେ, ଗାଙ୍ଗୁଲିଙ୍କ ପରେ ହୁଏତ ଜୟ ଶାହା ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି । ହେଲେ ରୋଜର ବିନ୍ନିଙ୍କ ନାଁ ସାମ୍ନାକୁ ଆସିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିର ଅଧ୍ୟକ୍ଷ ପଦ ପାଇଁ ଭାରତ ପକ୍ଷରୁ ଗାଙ୍ଗୁଲି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ ଓ ୧୨ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ । ଅକ୍ଟୋବର ୧୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାରର ସମୟ ସୀମା ରହିଛି ।

Related Posts