ଚାରିଆଡେ କେବଳ ଧ୍ବଂସ ଓ ବିଧ୍ବଂସର ପ୍ରତିଛବି । ହା ହା କାରର ମାହୋଲ । ଯୁଆଡେ ଚାହିଁଲେ ସିଆଡେ ଜଳୁଛି ନିଆଁ । ଚାରିଆଡ଼େ ବାଜୁଛି ବିପଦର ସାଇରନ । ଭୟ ବିତ ପରିବେଶ । କେଉଁଠି ଗୁଳିର ଶବ୍ଦ ତ କେଉଁଠି ମିସାଇଲର ଶବ୍ଦ । ଧୂଆଁ ଧୂଆଁ ପରିବେଶ ସାଙ୍ଗକୁ ଭୟର ବାତାବରଣ । ଋଷସେନାଙ୍କ ଆକ୍ରମଣ ତା ସାଙ୍ଗକୁ ଗୁଳିବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କ୍ଷମତା ପାଇଁ ଯୁଦ୍ଧ ତ ଆଧିପତ୍ୟ ପାଇଁ ଯୁଦ୍ଧ । ଏସବୁ ଭିତରେ ସାଧାରଣ ଲୋକଙ୍କର ଜୀବନ ଦୁର୍ବିଃସହ ହୋଇପଡିଛି । କୌଣସି ପରିସ୍ଥିିତିରେ ଜୀବନ ବଞ୍ଚାଇବାକୁ ଦେଶ ଛାଡୁଛନ୍ତି ୟୁକ୍ରେନବାସୀ । ଜୀବନ ବିକଳରେ ଦେଶ ଛାଡୁଥିବା ୟୁକ୍ରେନବାସୀଙ୍କ ପାଇଁ ସାହାରା ବା ଆଶ୍ରୟ ସ୍ଥଳୀ ପାଲଟିଛି ପଡୋଶୀ ଦେଶ ।
ୟୁକେନ ସୀମାକୁ ଲାଗିଛି ଏକ ଛୋଟିଆ ଦେଶ ରୋମାନିଆ । ତେଣୁ ଅଧିକାଂଶ ୟୁକ୍ରେନବାସୀ ରୋମାନିଆରେ ଶରଣ ନେବାକୁ ବାଧ୍ୟ ହେଉଛନ୍ତି । ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ଶରଣ ଦେଉଛି ରୋମାନିଆ । ଏକ ଛୋଟ ଦେଶ ହେଲେ ବି ବିପଦରେ ପଡ଼ିଥିବା ସରଣାଥିକ ପାଇଁ ସାହାରା ପାଲଟିଛି ସମସ୍ତ ନାଗରିକଙ୍କୁ ସ୍ୱାଗତ କରୁଛନ୍ତି ରୋମାନିଆ । ୟୁକ୍ରେନରୁ ଯାଇ ରୋମାନିଆ ପହଂଚୁଥିବା ସମସ୍ତ ନାଗରିକଙ୍କୁ ସ୍ୱାଗତ କରୁଛନ୍ତି ରୋମାନିଆବାସୀ ।
କେବଳ ଯେ ୟୁକ୍ରେନର ଶରଣାର୍ଥୀଙ୍କୁ ରୋମାନିଆ ସ୍ୱାଗତ କରିଛି ତାହା ନୁହେଁ । ଭାରତୀୟ ନାଗରିକମାନେ ଯେତେବେଳେ ୟୁକ୍ରେନରେ ଫଶି ରହିଥିଲେ ଓ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଅକ୍ଷମତା ପ୍ରକାଶ କଲେ ସେତେବେଳେ ଭାରତୀୟ ନାଗରିକଙ୍କ ପାଇଁ ସୀମା ଖୋଲି ଦେଇଥିଲା ରୋମାନିଆ । ଭାରତୀୟ ନାଗରିକମାନେ ରୋମାନିଆ ସୀମାରେ ପହଂଚିବା ପରେ ଭାରତ ସରକାର ବାୟୁସେନା ସହାୟତାରେ ସେମାନଙ୍କୁ ଭାରତ ଆଣିବାକୁ ସକ୍ଷମ ହୋଇଥିଲା । ଏଭଳି ଏକ ଛୋଟ ଦେଶର ମହାନ କାର୍ଯ୍ୟକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି ।
