ଇଣ୍ଡିଗୋ ଏୟାରଲାଇନ୍ସରୁ ବିଦାୟ ନେବେ ରୋନୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଣ୍ଡିଗୋ ଏୟାରଲାଇନ୍ସରୁ ବିଦାୟ ନେବେ ରୋନୋ । ଭାରତରେ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଇଣ୍ଡିଗୋକୁ ମିଳିବେ ନୂଆ ସିଇଓ । ପିଟର ଏଲ୍‌ବର୍ସଙ୍କୁ କମ୍ପାନୀ ଏହି ପଦରେ ନିଯୁକ୍ତି ଦେବା ପାଇଁ ବୁଧବାର ଘୋଷଣା କରିଛି । ଏଲବର୍ସ ଚଳିତ ବର୍ଷ ଅକ୍ଟୋବର ୧ କିମ୍ୱା ଏହା ପୂର୍ବରୁ କାର୍ୟ୍ୟରେ ଯୋଗଦେବା ନେଇ କମ୍ପାନୀ କହିଛି । ତାଙ୍କ ନିଯୁକ୍ତିକୁ ବୋର୍ଡ ମଞ୍ଜୁରୀ ଦେଇଛି ।

୨୦୧୪ ମସିହାରୁ ଏଲବର୍ସ କେଏଲ୍‌ଏମ୍‌ ଡଚ୍‌ ଏୟାରଲାଇନ୍ସର ସଭାପତି ଏବଂ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ କାର୍ୟ୍ୟ କରିଆସୁଛନ୍ତି । ବର୍ତ୍ତମାନ ଇଣ୍ଡିଗୋର ପରିଚାଳନା ଭାର ସମ୍ଭାଳୁଥିବା ରୋନୋଜୟ ଦତ୍ତ ସେପ୍ଟେମ୍ୱର ମାସ ୩୦ ତାରଖରେ ଅବସର ନେବା ନେଇ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ଭଳି ବିଷମ ସ୍ଥିତିର ସଫଳ ମୁକାବିଲା କରି ସେ କମ୍ପାନୀକୁ ଏବେବି ସମ୍ଭାଳିଥିବା ଇଣ୍ଡିଗୋ ଏକ ଷ୍ଟେଟ୍‌ମେଣ୍ଟ ଜାରି କରି କହିଛି ।

Related Posts