ଭିନ୍ନକ୍ଷମ ପିଲାକୁ ବିମାନ ଯାତ୍ରା ବାରଣ କରିବା ପଡ଼ିଲା ମହଙ୍ଗା; ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିନ୍ନକ୍ଷମ ପିଲାକୁ ବିମାନ ଯାତ୍ରା ବାରଣ କରିବା ପଡ଼ିଲା ମହଙ୍ଗା । ତେବେ ରାଞ୍ଚି ବିମାନବନ୍ଦରରେ ଜଣେ ପିଲାକୁ ତାଙ୍କ ବାପାମାଙ୍କ ସହ ବିମାନ ଯାତ୍ରା ପାଇଁ ଅନୁମତି ନଦେବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପିଲାଟିର ଆଚରଣ ସ୍ୱଭାବିକ୍ ନଥିବାରୁ ପିଲାଟିକୁ ବିମାନ ଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା। ତେବେ ତଦନ୍ତ ବେଳେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟି ଥିବା ଜଣାଡ଼ିଛି। ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଡିଜିସିଏ କହିଛି ଯେ, ସ୍ୱତନ୍ତ୍ର ପିଲାଙ୍କ କ୍ଷେତ୍ରରେ ବିମାନ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସୁବିଧା ଯୋଗେଇ ଦେବା କଥା। ହେଲେ ଏକ୍ଷେତ୍ରରେ ଇଣ୍ଡିଗୋ ବିମାନର କର୍ମଚାରୀମାନେ ସେହି ପିଲା ପ୍ରତି ଅବହଳା ପ୍ରଦର୍ଶନ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି। ଏଭଳି ସ୍ୱତନ୍ତ୍ର ଶ୍ରେଣୀ ଯାତ୍ରୀଙ୍କ ପାଇଁ ବିମାନ କର୍ତୃପକ୍ଷ ଅଧିକ ସମ୍ବେଦନଶୀଳ ହେବା ଉଚିତ। ସୂଚନା ଅନୁଯାୟୀ ସ୍ୱାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ପିଲାଟିକୁ ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ର ଜଣେ ପ୍ରତିନିଧି ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅଭିନନ୍ଦନ ମିଶ୍ର ନାମକ ଜଣେ ଯାତ୍ରୀ ଏହାକୁ ସୁଟ କରି ଟ୍ୱିଟ୍ କରିଥିଲେ।

Related Posts