ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 50 ଲକ୍ଷ ଟଙ୍କା ଲୁଟ

ବିହାର: ବିହାର ବିରୋଲ ଥାନାର ସୁପୌଲ ବଜାର ଅଞ୍ଚଳରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖାରୁ ବଡ଼ ଧରଣର ଲୁଟ୍ । ଆକ୍ରମଣ କରି ଦୁର୍ବୃତ୍ତ ମାନେ ୫୦ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି।ବ୍ୟାଙ୍କରେ ଥିବା କର୍ମଚାରୀ ଓ ଲୋକନମାନଙ୍କୁ ଭୟବିତ କରାଇବା ପାଇଁ ସେମାନେ ସେଠାରେ ଗୁଳିକାଣ୍ଡ ମଧ୍ୟ କରିଛନ୍ତି। ଏହାର ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ପୋଲିସ ଖୋକା ଜବତ କରିଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଆଧାରରେ ଏବେ ପୋଲିସ ଅପରାଧିମାନଙ୍କୁ ଧରିବା ପାଇଁ ଚେଷ୍ଠା କରୁଛି।

ସୂଚନାଯୋଗ୍ୟ, ଅପରାହ୍ଣ ପାଖାପାଖି ୪ଟା ସମୟରେ ପାଞ୍ଚ ଜଣ ସଶସ୍ତ୍ର ଅପରାଧି ବ୍ୟାଙ୍କ ଉପରେ ଆକ୍ରମଣ କରିଥିଲେ। ବ୍ୟାଙ୍କରେ ଥିବା ଗ୍ରାହକ ଓ ସୁରକ୍ଷାକର୍ମୀଙ୍କୁ ଅପରାଧିମାନେ ପିସ୍ତଲ ଦ୍ୱାରା ଭୟବିତ କରାଇ ବ୍ୟାଙ୍କର ଲକର ଖୋଲି ଟଙ୍କା ଲୁଟିବା ଆରମ୍ଭ କରିଥିଲେ। ବ୍ୟାଙ୍କରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଅପରାଧିମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ପରେ ସେଠାକୁ ଟଙ୍କା ପୈଠ କରିବା ପାଇଁ ଆସିଥିବା ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ସେମାନେ ୭ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଲୁଟିବା ପରେ ସେମାନେ ପୁଣି ଫାଙ୍କା ଗୁଳିଚାଳନା କରି ସେଠାରୁ ସେମାନେ ଫେରାର ହୋଇଯାଇଥିଲେ ।

ଏହି ଘଟଣା ବିଷୟରେ ବ୍ୟାଙ୍କ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ସମ୍ପୃକ୍ତ ସହରକୁ ସିଲ୍‌ କରି କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କରୁ କେତେଟଙ୍କା ଲୁଟ ହୋଇଛି କର୍ମଚାରୀମାନେ ଏବେ ହିସାବ କରୁଛନ୍ତି । କିନ୍ତୁ ଅନୁମାନ ଅନୁସାରେ ବ୍ୟାଙ୍କରୁ ଅତିକମରେ ୫୦ରୁ ୫୫ ଲକ୍ଷ ଟଙ୍କା ଚୋରି ହୋଇଛି ବୋଲି କୁହାଯାଉଛି । ପୋଲିସ ବ୍ୟାଙ୍କ ରେ ଲାଗିଥିବା ସିସିଟିଭି କ୍ୟାମେରା କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

Related Posts