ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା: ଭଞ୍ଜନଗର MI ସହାକାରୀ ଯନ୍ତ୍ରୀଙ୍କ ଘରୁ ରେଡ୍‌ ବେଳେ ମିଳିଲା ନଗଦ ୨ କୋଟି ଟଙ୍କା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଞ୍ଜନଗର MI ସହାକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଏହି ଚଢାଉ ସମୟରେ ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା। ଭଞ୍ଜନଗର MI ସହାକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ଘଟଣାରେ ବିଭାଗ ହାତରେ ଲାଗିଛି ଏତେ ପରିମାଣର ଟଙ୍କା । ୨ କୋଟି ଟଙ୍କା ମିଳିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା ।

ଯନ୍ତ୍ରୀଙ୍କର ଭୁବନେଶ୍ୱର ସ୍ଥିତ ଟାଟା ଆରିଆନା ଫ୍ଲାଟ୍‌ରୁ ମିଳିଛି ଏତେ ଗୁଡ଼ିଏ ଟଙ୍କା । ଭଞ୍ଜନଗରସ୍ଥିତ ଅଫିସ, ଭଞ୍ଜନଗରସ୍ଥିତ ସରକାରୀ କ୍ୱାର୍ଟର, ଗଞ୍ଜାମ ଖଲ୍ଲିକୋଟ ଲଙ୍ଗଳେଶ୍ବରରେ ଥିବା ପୈତୃକ ଘର, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଫ୍ଲାଟ୍ ଭୁବନେଶ୍ବର କସ୍ମୋପଲିସ ରେସିଡେନ୍ସିରେ ଥିବା ଫ୍ଲାଟ, ଖଣ୍ଡଗିରି ଜାଗମରାରେ ଥିବା ୩ ମହଲା ବିଲ୍ଡିଂରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Related Posts