ପାକିସ୍ତାନ : ପାକିସ୍ତାନରେ ଲାଗି ରହିଛି ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦ ଟଳମଳ ହେଉଥିବା ବେଳେ, ଏହାରି ମଧ୍ୟରେ ନୂଆ ଟ୍ବିଷ୍ଟ ଆଣିଛନ୍ତି ସୁପ୍ରିମକୋର୍ଟ । ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତିଙ୍କ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ନିଷ୍ପତ୍ତି ରଦ୍ଦ ହେବା ସହ ପୁଣିି ଥରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ନେଇ ତାରିଖ ସ୍ଥିର କରାଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ବିଧାନିକ ବ୍ୟବସ୍ଥାର ଅଧୀନ । ତେଣୁ ସେ ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ ଦେଇପାରିବେ ନାହିଁ । ଅନାସ୍ଥା ଭୋଟିଂ ଖାରଜ ହେବା ସହ ସଂସଦ ଭଙ୍ଗ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଦର୍ଶାଇ ପୁଣି ଥରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ 9 ତାରିଖ ପୂର୍ବାହ୍ନ 10ଟାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପାଇଁ ସମୟ ମଧ୍ୟ ସ୍ଥିର କରାଯାଇଥିବା ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି ।

ସୁପ୍ରିମକୋର୍ଟ କହିଛନ୍ତି,।ଅନାସ୍ଥା ପ୍ରସ୍ତାବ ଖାରଜ ଉପ ବାଚସ୍ପତିଙ୍କ ଏଖପାଖିଆ, ଅସାମ୍ବିଧାନିକ ନିଷ୍ପତ୍ତି ।ସଂସଦ ଭଙ୍ଗ ମଧ୍ୟ ଅସାମ୍ବିଧାନିକ ।ତେବେ ପାକିସ୍ତାନର ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ ପରେ ବିରୋଧୀଙ୍କୁ ସରକାର କରିବା ପାଇଁ ମିଳିପାରେ ସୁଯୋଗ ।ପୁଣି ଥରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ । ଆସନ୍ତା 9ରେ ଭୋଟିଂ । ବିରୋଧି ଉପବାଚସ୍ପତି ଙ୍କ ନିଷ୍ପତିକୁ ବିରୋଧ କରି ସୁପ୍ରିମକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ।