ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ RTPCR ଟେଷ୍ଟ ଲ୍ୟାବ୍

rtpcr

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅଗଷ୍ଟ ମାସ ୧୫ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ସାରା ରାଜ୍ୟରେ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ତେଣୁ ବର୍ତ୍ତମାନ ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ବର୍ତ୍ତମାନ ଜିନମ ସିକ୍ବେନସିଂ କାମ ଚାଲିଛି । ମୋଟ୍ ପଜିଟିଭ ମାମଲାରୁ ପାଖାପାଖି ୧୦% ନମୁନା ILSକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ୍ ଓ ଲାବୋରେଟୋରୀକୁ କୁହାଯାଇଛି । ଏହା ସହ ଚଳିତ ମାସ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ RTPCR ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ଅପରିପକ୍ଷରେ ବର୍ତ୍ତମାନ ସୁଦ୍ଧା ୧୪ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । BSL2 ଲାବୋରେଟୋରୀ ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି ।

ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବ ବୋଲି ଯୋଜନା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ ଡେଙ୍ଗୁ ନେଇ ମଧ୍ୟ ପ୍ରତିକ୍ରିୟା ରହିଛନ୍ତି । ସେ କହିଛନ୍ତି ବର୍ଷା ଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପେ । ସବୁ ବର୍ଷ ଏହି ସମୟରେ ବଢେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଭୁବନେଶ୍ବରରେ ଏ ବର୍ଷ ଲକଡାଉନ ବର୍ଷା ଦିନ ଯାଏଁ ଥିଲା । ତେଣୁ ଅଧିକାଂଶ ସ୍କୁଲ, ପାର୍କ, ଗ୍ୟାରେଜ ଲକ୍ ହୋଇ ରହିଥିଲା । ଅନେକ ବାସଗୃହ, ନିର୍ମାଣାଧୀନ ଘର ବି ଲକ୍ ହୋଇ ରହିଲା । ତେଣୁ ପାଣି ଜମି ଏଭଳି ଡେଙ୍ଗୁ ସ୍ଥିତି ଉପୁଜିଥିଲା । ଈଗଉ ସହ ମିଶି ମଶା ବଂଶ ବିସ୍ତାର ରୋକିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲୋକମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ସାମଗ୍ରୀରୁ ପାଣି ଖାଲି କରିଦେଲେ ମଶା ବଂଶ ବିସ୍ତାର ବନ୍ଦ ହୋଇଯିବ। ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧନ୍ତୁ ବୋଲି ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

Related Posts