ଟୋକିଓ ଅଲମ୍ପିକରେ ବ୍ରୋଞ୍ଚ ଜିତିବା ପରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ DSP ପଦରେ ନିଯୁକ୍ତ ହେଲେ

kalinga

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ବ୍ରୋଞ୍ଚ ଜିତିବା ପରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ DSP ପଦରେ ନିଯୁକ୍ତ କଲେ ରାଜ୍ୟ ସରକାର । ଏହା ସହିତ ଏହି ପଦକ ବିଜେତାଙ୍କୁ ଅଢେଇ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସେହିପରି ମହିଳା ହକି ଟିମ୍‌ର ୨ ଜଣ ସଦସ୍ୟ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋଙ୍କୁ ପୁରସ୍କୃତ କରିଛନ୍ତି । ଉଭୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତକାଲି ଏୟାର ଇଣ୍ଡିଆ ଫ୍ଲାଇଟରେ ହକି ଟିମର ୪ ଜଣ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ। ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା।

ଏହି ହକି ଖେଳାଳିମାନଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହିଥିଲେ। ଏହା ପରେ ଆଜି ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

Related Posts