ନୂଆଦିଲ୍ଲୀ: ଦୁର୍ନିତିକୁ ନେଇ ଅଡୁଆରେ ଛନ୍ଦି ହେବା ପରେ ଏବେ ମନ୍ତ୍ରୀ ପାର୍ଥ ଚାଟାର୍ଜଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ସେ ନିଜ ଅଙ୍ଗରକ୍ଷୀଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଦେଇଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ଏ ସମ୍ପର୍କରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।
ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ ଅଙ୍ଗରକ୍ଷୀ ବିଶ୍ୱବର ମଣ୍ଡଳଙ୍କ ୧୦ଜଣ ସମ୍ପର୍କୀୟଙ୍କୁ ପାର୍ଥ ଚାଟାର୍ଜୀ ସରକାରୀ ଶିକ୍ଷକ ଚାକିରିରେ ପୁନଃ ସ୍ଥାପନ କରିଥିଲେ। ଶିକ୍ଷା ନିଯୁକ୍ତି ସ୍କାମର ମୂଳ ଆବେଦନ ସହିତ ଏହାକୁ ଯୋଡି ହାଇକୋର୍ଟ ବର୍ତ୍ତମାନ ଏହି ଆବେଦନ ଉପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶିକ୍ଷା ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପାର୍ଥା ଚାଟାର୍ଜୀଙ୍କ ବିରୋଧରେ ଇଡି ତଦନ୍ତ କରୁଛି। ଏହାପୂର୍ବରୁ ଇଡି ପ୍ରକାଶ କରିଥିଲା ଯେ ପାର୍ଥ ଡାଇମଣ୍ଡ ସିଟିରେ ତିନୋଟି ଫ୍ଲାଟ କିଣିଛନ୍ତି। ସମସ୍ତ ତିନୋଟି ଫ୍ଲାଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ପାର୍ଥ ଏହି ଫ୍ଲାଟଗୁଡିକ ମଧ୍ୟରୁ ଗୋଟିଏକୁ କେବଳ କୁକୁରମାନଙ୍କ ପାଇଁ ସଂରକ୍ଷିତ କରି ରଖିଥିଲେ, ଯେଉଁଠାରେ ପାର୍ଥଙ୍କ ପୋଷା କୁକୁରମାନେ ରହୁଥିଲେ। କେବଳ ଏତିକି ନୁହେଁ ପାର୍ଥ ଅନେକ ଫ୍ଲାଟ କିଣିଥିଲେ।
କୋର୍ଟ ପାର୍ଥ ଓ ଅର୍ପିତାଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି। ଇଡି କହିଛି ଯେ ପଚରାଉଚରା ସମୟରେ ଅର୍ପିତା ସ୍ୱୀକାର କରିଛନ୍ତି ଯେ ନଗଦ ଟଙ୍କା ପାର୍ଥଙ୍କର ଅଟେ।
