26 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ କୁ ଅନେକ ପାଶ୍ଚାତ୍ୟଦେଶ ଗୁଡିକ ପକ୍ଷରୁ କଟକଣା ସ୍ୱତେ ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ସେପଟେ ଏମିତି ଉତ୍ତେଜନାମୂଳକ ସ୍ଥିତିରେ ରୁଷ ନିଜ ଦେଶରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କଟକଣା ଲଗାଇଛି।
ରୁଷ ସାମାଜିକ ନେଟଓ୍ଵର୍କିଂ ସାଇଟ୍କୁ ଚରମପନ୍ଥୀ ସଙ୍ଗଠନର ଆଖ୍ୟା ଦେଇଛି। ରୁଷର ଏକ ଅଦାଲତ ଅତିବାଦୀ ଗତିବିଧକୁ ଦୃଷ୍ଟିରେ ରଖି ରୁଷରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଆଦେଶ ଦେଇଛନ୍ତି। ରୁଷ କୋର୍ଟ ଏହି ନିଷ୍ପତ୍ତି ଏମିତି ସମୟରେ ଶୁଣାଇଛନ୍ତି ଯେ, ଯେଉଁ ସମୟରେ ଅଧିକାଂଶ କମ୍ପାନୀ ରୁଷ ଛାଡୁଛନ୍ତି।
ଅନେକ ଦେଶ ରୁଷ ଉପରେ ଆର୍ଥିକ କଟକଣା ଘୋଷଣା କରି ସାରିଛନ୍ତି। ଏହା ପରେ ଦେଶର ସବୁଠୁ ବଡ କମ୍ପାନୀ ଡାନୋନ, କୋକା କୋଲା ମଧ୍ୟ ନିଜର କାରବାର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଜୋତା ନିର୍ମାତାକାରୀ ଆମେରିକା କମ୍ପାନୀ ନାଇକ୍ ଏବଂ ହୋମ ଫର୍ଣ୍ଣିଂସିଙ୍ଗ ସହ ଜଡିତ ସ୍ଵିଡେନ କମ୍ପାନୀ ଇକିଆ ମଧ୍ୟ ରୁଷରେ ନିଜର ଷ୍ଟୋର ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କରି ସାରିଛନ୍ତି।
ମେଟା ରୁଷର ନ୍ୟୁଜ୍ ଆଉଟଲେଟ୍ ଆରଟି ଏବଂ ସ୍ପୁଟନିକର ଆକ୍ସେସ ବ୍ଲକ କରିବାକୁ ଘୋଷଣା କରି ସାରିଛି। ଟୁଇଟର ରୁଷର ସରକାରୀ ମିଡିଆ ଖବରର ଭିଜିବିଲିଟି ଏବଂ ଆମ୍ପ୍ଲିଫିକେସନ ହ୍ରାସ କରିବାକୁ ଘୋଷଣା କରିଛି । ଏତେ କଟକଣା ପରେ ବି ଋଷ ନିଜ ଜିଦ୍ ରେ ଅଟଳ ଏହି ଲଗାତାର ଭାବେ ଆକ୍ରମଣ କରି ଚାଲିଛି ।