ପାଶ୍ଚାତ୍ୟ ଦେଶ ପାଇଁ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି । ଏଭଳି କିଛି କହି ଅଭିଯୋଗ ଆଣିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏଠାକାର ଲୋକପ୍ରିୟ ଖବର କାଗଜ, ‘ଦ କିଭ୍ ଇଣ୍ଜିପେଂଡେଂଟ୍’ ଆଜି ରିପୋର୍ଟ କରିଛି ଯେ, ରୁଷିଆର ବୋମା ମାଡ ଆଉ ମିଜାଇଲ ମାଡର ଯେଉଁ ଜବାବ ଦେବାର ଆବଶ୍ୟକତା ଥିଲା, ତାହା ପାଶ୍ଚାତ୍ୟ ଦେଶର ଅସହଯୋଗ କାରଣରୁ, କରାଯାଇ ପାରିଲାନି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯୁଦ୍ଧରେ ୟୁକ୍ରେନର ଯେତିକି କ୍ଷତି ହୋଇଛି, ସେଥିପାଇଁ ରୁଷିଆ ତ ଦାୟୀ, କିନ୍ତୁ ପାଶ୍ଚାତ୍ୟ ଦେଶଗୁଡିକ ମଧ୍ୟ ଦାୟୀ ।

ସେ କହିଛନ୍ତି ଯେ, ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ଯେମିତି ସହଯୋଗ କରିବାର ଆବଶ୍ୟକତା ଥିଲା, ସେମାନେ କିଛି ସହଯୋଗ କରି ନାହାଁନ୍ତି । ୟୁକ୍ରେନ ରାଷ୍ଟ୍ରପତି ଚାହୁଁଥିଲେ ରୁଷିଆ ସେନା ବିରୋଧରେ ସିଧାସଳଖ ଆମେରିକା ସେନା ଓ ୟୁରୋପୀୟ ସେନା ଲଢେଇ କରନ୍ତୁ । ଏନେଇ ସେ ବାରମ୍ବାର ଅନୁରୋଧ ମଧ୍ୟ କରିଛନ୍ତି । କିନ୍ତୁ ଆମେରିକା ଓ ନାଟୋ ଦେଶମାନେ ଏଥିପାଇଁ ରାଜି ହୋଇ ନାହାଁନ୍ତି । ସେମାନେ କେବଳ ଅସ୍ତ୍ରଶସ୍ତ୍ର ଆର୍ଥିକ ଏବଂ ଅନ୍ୟାନ ସହାୟତା ଦେଉଛନ୍ତି । କିନ୍ତୁ ଏତିକିରେ ୟୁକ୍ରେନ ରୁଷିଆ ସେନାର ମୁକାବିଲା କରି ପାରୁନାହିଁ । ଯଦି ସେମାନେ ମିଳିତ ଭାବେ ସାହାଯ୍ୟ କରିଥାନ୍ତେ ତେବେ ଋଷ ସେନାଙ୍କ କଡାମୁକବିଲା କରାଯାଇ ପାରନ୍ତା ବୋଲି କହିଛନ୍ତି ।