ଧାରା ୩୭୦କୁ ରଦ୍ଦ କରିବା ପରି ପିଓକେକୁ ମଧ୍ୟ ଆଜାଦ କରିବ ବିଜେପି: ଜିତେନ୍ଦ୍ର ସିଂହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପିଓକେକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯେପରି ଧାରା ୩୭୦ ରଦ୍ଦ ହୋଇଛି ଯାହା ଲୋକଙ୍କ କଳ୍ପନା ବାହାରେ ଥିଲା । ସେହିପରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରକୁ ଆଜାଦ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି । ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ଏତିକି ନୁହେଁ ବରଂ ୧୯୯୦ ରେ କାଶ୍ମୀର ପଣ୍ଡିତଙ୍କ ଉପତ୍ୟକାରୁ ବାହାରିବା ଉପରେ ଆଧାରିତ ଚଳଚ୍ଚିତ୍ର “କାଶ୍ମୀର ଫାଇଲ” କୁ ସମାଲୋଚନା କରି ତତକାଳୀନ ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ୧୯୮୭ ବିଧାନସଭା ନିର୍ବାଚନରେ ହୋଇଥିବା ଜାଲିଆତି ଫଳରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପାଦ୍ରୁପ ବଢ଼ିଥିଲା ।

କାଥୁଆ ଜିଲ୍ଲାର ପୂର୍ବ ଜାମ୍ମୁ କାଶ୍ମୀରର ପ୍ରତିଷ୍ଠାତା ମହାରାଜା ଗୁଲାବ ସିଂଙ୍କ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ୧୯୯୪ ରେ ଭଏସ୍ ଭୋଟ୍ ଦେଇ ସଂସଦ ଏହି ସଂକଳ୍ପ ପାରିତ କରାଯାଇଛି । ଯେଉଁଠି ପାକିସ୍ତାନ ଅବୈଧ ଦଖଲ କରିଥିବା ଜାମ୍ମୁ-କାଶ୍ମୀରକୁ ଖାଲି କରିବା ପାଇଁ କୁହାଯାଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରକୁ ମୁକ୍ତ କରିବା ଆମର ସଂକଳ୍ପ । ଧାରା ୩୭୦ ରଦ୍ଦ କରାଯାଇଥିଲା ଏବଂ ଏହା ବହୁ ଲୋକଙ୍କ କଳ୍ପନା ବାହାରେ ଥିବାବେଳେ ବିଜେପି ପ୍ରତିଶ୍ରୁତି ଅନୁଯାୟୀ କରାଯାଇଥିଲା। ସେହିଭଳି ୧୯୮୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭବିଷ୍ୟବାଣୀ କରିଥିଲେ ଯେ ବିଜେପି ପୁନର୍ବାର ବିଜୟୀ ହେବ ଏହା ମଧ୍ୟ ଲୋକଙ୍କ କଳ୍ପନାରୁ ବାହାରେ ହିଁ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ।

Related Posts