୫୦ ଦିନରେ ରୁଷ ଓ ୟୁକ୍ରେନ ଯୁଦ୍ଧ: ଧ୍ୱସ୍ତବିଧ୍ୱସ୍ତ ଅଞ୍ଚଳକୁ ପୁନଃନିର୍ମାଣ ପାଇଁ ଦରକାର ୩୮ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୫୦ ଦିନ ବିଟିଲାଣି | ତଥାପି ଯୁଦ୍ଧ ଥମିବାର ନାଁ ଧରୁନି | ଦୁଇ ଦେଶ ନିଜ ନିଜ ଜିଦ ରେ ଅଟଳ ରହି ଲଗାତାର ଆକ୍ରମଣ କରି ଚାଲିଛନ୍ତି | ଏହି ୫୦ ଦିନରେ ୟୁକ୍ରେନ୍‌ର ଅଧିକାଂଶ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଥିବା ବେଳେ ପାଖାପାଖି ୧ କୋଟି ଲୋକ ଦେଶ ମଧ୍ୟରେ ବିସ୍ଥାପିତ ହୋଇଛନ୍ତି । ଅନେକ ଧନଜୀବନ ହାନି ହୋଇଛି ।

ବିଶ୍ୱ ବ୍ୟାଙ୍କ, ନେଟୱର୍କ ସେଣ୍ଟର ଫର୍‌ ଇକୋନୋମିକ ପଲିସି ରିସର୍ଚ୍ଚ (ସିଇପିଆର)ର ରିପୋର୍ଟ ମୁତାବକ ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ୪.୭ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ବରବାଦ ହୋଇଯାଇଛି । ୨.୨ ଲକ୍ଷ କୋଟି ଟଙ୍କାର ଘର ନଷ୍ଟ ହୋଇଥିବା ବେଳେ ୩୮ ଲକ୍ଷ କୋଟି ଟଙ୍କା ପୁନର୍ନିମାଣ ପାଇଁ ଆବଶ୍ୟକ ହେବ । ଏହାଯୋଗୁ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ)ରେ ୪୫% ହ୍ରାସ ହୋଇପାରେ । ୟୁକ୍ରେନ୍‌ର ପ୍ରାୟ ୨୯% ଅଞ୍ଚଳ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛି ।

ୟୁକ୍ରେନ୍‌ର ୩୦% କମ୍ପାନିରେ କାରବାର ବନ୍ଦ ହୋଇଯାଇଛି । ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା ୧୦୦ ସ୍ମାରକ ପ୍ରଭାବିତ ହୋଇଛି। ରୁଷ ସେନା ୟୁକ୍ରେନର ରାଜଧାନୀ କିଏଭରେ ଥିବା କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ ସୈନ୍ୟ ରୁଷ ଉପରେ ଆକ୍ରମଣ କରୁଛନ୍ତି । ଯଦି ଏହା ଜାରି ରୁହେ, ତେବେ କିଏଭ ଉପରେ ଆକ୍ରମଣ ହେବ ।

ଯଦି ଆଗକୁ ମଧ୍ୟ ଏହିପରି ଭାବରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁ ରୁହେ, ତେବେ ଆଗକୁ ଆସୁଥିବା ବଡ ବିପଦକୁ ଟାଳି ହେବ ନାହିଁ |

Related Posts