ଯୁଦ୍ଧ ମଧ୍ୟରେ ରୁଷ ବିଦେଶ ମନ୍ତ୍ରୀଙ୍କ ବଡ ବୟାନ: ୟୁକ୍ରେନ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପରେ ହିଁ ଥମିବି ଯୁଦ୍ଧ

ନବମ ଦିନରେ ପହଞ୍ଚିଛି ଋଷ – ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିଵା ଯୁଦ୍ଧ | ରୁଷ ସେନା ଲଗାତାର ଭାବରେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ବେହାଲ ହୋଇପଡିଛି ୟୁକ୍ରେନ | ୟୁକ୍ରେନର ଅନେକ ସହରକୁ ନିଜ କବ୍ଜାକୁ ନେବାକୁ ଲାଗୁଛି ରୁଷ | ମୃତୁ ଓ ପ୍ରଳୟର ତାଣ୍ଡବ ରଚିଚାଲିଛି ରୁଷ | ତେବେ ଉଭୟ ଦେଶଙ୍କ ମଧ୍ୟରେ ବସିଥିବା ଦୁଇ ଦୁଇ ଥର ଶାନ୍ତି ଆଲୋଚନା ବିଫଳ ହୋଇଛି | କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଉଭୟ ଉଭୟଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ଏଭଳି ସ୍ଥିତିରେ ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ରୁଷ୍ କଥାବାର୍ତ୍ତା ନିମନ୍ତେ ପ୍ରସ୍ତୁତ ଅଛି କିନ୍ତୁ ଯଦି ରୁଷ୍‌ର ସୁରକ୍ଷା ସଂପର୍କିତ ସର୍ତ୍ତ ୟୁକ୍ରେନ୍ ଉଲ୍ଲଂଘନ କରେ ତେବେ ୟୁକ୍ରେନ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଜୟି ଲାଭରୋଭ କହିଛନ୍ତି ।

ଋଷ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ଚେତାବନୀ ଏବେ ଦୁଇ ଦେଶ ମଧ୍ୟରେ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ଏହାପୂର୍ବରୁ ଋଷ ୟୂକ୍ରେନ୍ କୁ ପରମାଣୁ ଆକ୍ରମଣର ଧମକ୍ ମଧ୍ୟ ଦେଇ ସାରିଛି ଯାହାପରେ ଏବେ ଏହି ଦୁଇ ଦେଶଙ୍କ ବିବାଦକୁ ନେଇ ପୁରା ବିଶ୍ୱର ଚିନ୍ତା ବଢିଛି ।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବା ହିଁ ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି। ଏଥିସହ ଜେଲେନସ୍କି ପଶ୍ଚିମ ଦେଶଗୁଡ଼ିକୁ ମିଲିଟାରୀ ସହାୟତା ଅଧିକ ମାତ୍ରାରେ ଦେବା ପାଇଁ ଅନୁରୋଧ କରିଛନ୍ତି। କଥାବାର୍ତ୍ତା କରିବାକୁ ସେ ପ୍ରସ୍ତାବ ଦେଇଥିଲେ ମଧ୍ୟ ୟୁକ୍ରେନ କେବେ ବି ରୁଷ ଆଗରେ ଆତ୍ମସମର୍ପଣ କରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି।

Related Posts