୧୯ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | ତେବେ ଯୁଦ୍ଧ ସମ୍ବୋଧିତ ଖବର ସଂଗ୍ରହ ବେଳେ, ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି | ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଯୁଦ୍ଧ ସଂକ୍ରାନ୍ତ ଘଟଣାର ରିପୋର୍ଟ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା କିଭ୍ ପୋଲିସ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଯୁଦ୍ଧରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।

ରବିବାର ଦିନ, ୟୁକ୍ରେନରେ ଅବସ୍ଥିତ ଇରପିନ ସହରରେ ଋଷର ସେନା ଦ୍ୱାରା ହୋଇଥିବା ଓପନ ଫାୟାରରେ ବ୍ରେଣ୍ଟ ରେନାଡଙ୍କ କାର ଉପରେ ହୋଇଥିଲା । AFP ର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ବ୍ରେଣ୍ଟଙ୍କର ମୃତ୍ୟୁ ହୋଇଛି । ତାଙ୍କ ସହ ଥିବା ଅନ୍ୟ ଜଣେ ସାମ୍ବାଦିକ ଜୁଆନ ଆରେଡୋଣ୍ଡୋଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିନଦଙ୍କ ପାଖରେ ନ୍ୟୁୟର୍କ ଟାଇମ୍ସର ପାସ୍ ରହିଥିଲା । ତେବେ ତାଙ୍କୁ ୟୁକ୍ରେନ୍ ଯୁଦ୍ଧ ରିପୋର୍ଟ କଭର କରିବାକୁ ଦାୟିତ୍ୱ ଦିଆଯାଇନଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି ।