ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଔପଚାରିକ ଭାବେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ତୃତୀୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ।

ସୂଚନା ଅନୁସାରେ, ୠଷି ସୁନକ ଗତକାଲି କଂଜରଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରଥ ପରିଷ୍କାର ହୋଇଥିଲା । ତେବେ ବ୍ରିଟିଶ ପରମ୍ପରା ଅନୁସାରେ ବ୍ରିଟେନର ରାଜା କିମ୍ବା ରାଣୀ ହିଁ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି । ଏହି କ୍ରମରେ ଆଜି ୠଷି ରାଜା ଚାର୍ଲସ ତୃତୀୟଙ୍କୁ ଭେଟିଥିଲେ ଓ ସେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଆଉ କିଛି ସମୟ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ୠଷି ଏକ ଅଭିଭାଷଣ ରଖିବେ ସୁନକ । ଏଥିରେ ଦେଶର ବିଭିନ୍ନ ସମସ୍ୟା ଯେପରିକି ଆର୍ଥିକ ସମସ୍ୟା, ବ୍ରେକ୍ସିଟ ଆଦି ସମ୍ପର୍କରେ ନିଜର ଯୋଜନାକୁ ରଖିବେ । ଦେଶର ଅର୍ଥନୀତିକୁ ସଜାଡ଼ିବା ତାଙ୍କ ଆଗରେ ସବୁଠାରୁ ବଡ଼ ଆହ୍ବାନ ହୋଇରହିଛି ।