ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନ କୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । କିଙ୍ଗ ଚାର୍ଲଙ୍କୁ ଭେଟିବା ପାଇଁ ସେ ବକଂହାମ ପାଲେସରେ ପହଞ୍ଚିଛନ୍ତି । ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଛନ୍ତି । କିଙ୍ଗ ଏବଂ ସୁନକଙ୍କ ଭେଟଘାଟ ବକିଂହାମ ପାଲେସର ରୁମ ନଂ ୧୮୪୪ରେ ହୋଇଛି ।

ଏହିଠାରେ ହିଁ ଚାର୍ଲସ ଋଷିଙ୍କୁ ନୂଆ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି, ତାଙ୍କୁ ଆପଏଣ୍ଟମେଣ୍ଟ ଲେଟର ହସ୍ତାନ୍ତର କରିଛନ୍ତି । ଏହାପରେ ଋଷି ସୁନକ ପ୍ରାଇମ ମିନିଷ୍ଟରର ଅଫିସିଆଲ କାରରେ ଅଫିସିଆଲ ରେସିଡେନ୍ସ ୧୦ ଡାଉନଷ୍ଟ୍ରିଟ ପହଞ୍ଚିବେ । କିଛି ସମୟରେ ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ପ୍ରଥମ ସମ୍ବଧନ କରିବେ ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବକିଂହାମ ପ୍ୟାଲେସ ପହଞ୍ଚିଥିଲେ ଏବଂ କିଙ୍ଗ ଚାର୍ଲସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ । ବକିଂହାମ ପ୍ୟାଲେସ ପହଞ୍ଚିବା ପୂର୍ବରୁ ଲିଜ ଟ୍ରସ୍ ମଧ୍ୟାହ୍ନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସେ ଦେଶକୁ ପ୍ରଧାନମନ୍ତ୍ରୀ ଭାବରେ ବିଦାୟୀ ଭାଷଣ ଦେଇଥିଲେ ।

ଏହି ଅବସରରେ ସେ କହିଥିଲେ, ଆମ ସରକାର ରାଜନୈତିକ ସଙ୍କଟ ମଧ୍ୟରେ ଲୋକଙ୍କ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛି ।

ସୂଚନାଥାଉକି, ଋଷି ସୁନକ ବ୍ରିଟେନର ପ୍ରଥମ ହିନ୍ଦୁ ଏବଂ ଅଣ ଗୋରା ପ୍ରଧାନମନ୍ତ୍ରୀ ଅଟନ୍ତି । ଭାରତୀୟ ସଫ୍ଟୱେୟାର କମ୍ପାନୀ ଇନଫୋସିସର କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ସୁନକ । ସେ ପ୍ରଧାନମନ୍ତ୍ରୀ ହେବା ପରେ ମୂର୍ତ୍ତି କହିଛନ୍ତି, ଋଷିଙ୍କୁ ଶୁଭେଚ୍ଛା ।

ଆମେ ତାଙ୍କୁ ନେଇ ଗର୍ବିତ ଏବଂ ତାଙ୍କ ସଫଳତାର କାମନା କରୁଛୁ । ଆମକୁ ବିଶ୍ୱାସ ରହିଛି ଯେ ବ୍ରିଟେନର ଲୋକମାନଙ୍କ ପାଇଁ ସେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ । ତେବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ସୁନକଙ୍କ ସମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ସବୁଠୁ ମୁସ୍କିଲ ଚ୍ୟାଲେଞ୍ଜ ହେଉଛି ବ୍ରିଟେନର ଅର୍ଥନୀତିକୁ ସୁଧାରିବା ।

Related Posts