୨୫ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ

ଆଜିକୁ ୨୫ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ଅନେକ କଟକଣା ଶ୍ୱତେ ଋଷ ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ରାଜଧାନୀ କିଭ୍ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଇଛି । ମିକୋଲେବରେ ଥିବା ଏକ ମିଲିଟାରୀ ବେସ୍ ଉପରେ ରୁଷ ସେନା ପକ୍ଷରୁ ରକେଟ୍ ମାଡ଼ କରାଯାଇଛି । ଏଥିରେ ୫୦ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ଏୟାରବେସରେ ୨୦୦ ଜଣ ସୈନିକ ଥିଲେ । ଏହି ସମୟରେ ରୁଷ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ୫୦ ଜଣ ସୈନିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ମିଲିଟାରୀ ବେସରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ରୁଷ ସେନାର ଆକ୍ରମଣରେ ରାଜଧାନୀ କିଭରେ ବର୍ତମାନ ସୁଦ୍ଧା ୨୨୮ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଜାତିିସଂଘ ସୁରକ୍ଷା ପରିଷଦରେ ଋଷ ଏକ ମିଛ ପ୍ରପୋଗେଣ୍ଡା ସୃଷ୍ଟି କରିବାରେ ଲାଗିଥିବା କହିଛନ୍ତି ଆମେରିକା ସମେତ ୬ ୟୁରୋପୀୟ ରାଷ୍ଟ୍ର ।
ୟୁକ୍ରେନରେ ଜୈବିକ ଅସ୍ତ୍ରର ଗବେଷଣା ଜାରି ରହିଥିବା ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଦାବି କରିଥିଲା ଋଷ । ତେବେ ୟୁକ୍ରେନରେ ସେମିତି କିଛି ନ ଥିବାବେଳେ ଋଷ କେବଳ ଭିତ୍ତିହୀନ ଓ ମିଛ ପ୍ରପୋଗେଣ୍ଡା ସୃଷ୍ଟି କରିବାରେ ଲାଗିଛି ବୋଲି ଏହି ପଶ୍ଚିମ ଦେଶସମୂହ ମତ ପ୍ରକାଶ କରିଛନ୍ତି ।

Related Posts