ପୋଲିସକୁ ଚକମା ଦେବା ପାଇଁ ପୋଖରୀରେ ଲୁଚିଥିଲା ହାର୍ଡକୋର ଅପରାଧୀ: ଡ୍ରୋନ କ୍ୟାମେରା ସାହାଯ୍ୟରେ ଠାବ କରି ଗିରଫ କଲା ପୋଲିସ

ଚେନ୍ନାଇ: ପୋଲିସ ର ଚତୁରତା ଆଗରେ ହାର ମାନିଲା ହାର୍ଡକୋର ଅପରଧୀ । ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ଚତୁରତାର ସହ ଏକ ପୋଖରୀରେ ଲୁଚିଥିଲା ହାର୍ଡକୋର ଅପରଧୀ । ହେଲେ ଜ୍ଞାନକୌଶଳ ବ୍ୟବହାର କଲା ପୋଲିସ । ଡ୍ରୋନ କ୍ୟାମେରା ସାହାଯ୍ୟରେ ଅପରାଧୀକୁ ଠାବ କରିବା ସହ ଗିରଫ ମଧ୍ୟ କରିଛି । ଏ ସମ୍ପୂର୍ଣ୍ଣ ଅପରେସନ କଏଦ ହୋଇଛି କ୍ୟାମେରାରେ । ଘଟଣାଟି ଘଟିଛି ତାମିଲନାଡୁର ଟେନକାସି ଜିଲ୍ଲାରେ ।

ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଜାକୁଲ ହମିଦ। ଜିଲ୍ଲାର ବିଭିନ୍ନ ଥାନାରେ ତା ନାଁରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଏକ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ତାକୁ ଖୋଜୁଥିବାବେଳେ ସେ ଜିଲ୍ଲାର ଏକ ଗ୍ରାମରେ ଆତ୍ମଗୋପନ କରିବା ସହ ପୋଲିସକୁ ଖବର ନଦେବା ପାଇଁ ଗ୍ରାମବାସୀଙ୍କୁ ଧମକ ମଧ୍ୟ ଦେଇଥିଲା । ତେବେ ପୋଲିସକୁ ସୂଚନା ଦେଇଥିବା ସନ୍ଦେହ କରି ସେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲା । ଖବର ପାଇ ପୋଲିସ ଚଢାଉ ଆରମ୍ଭ କରିଥିବା ବେଳେ ପୋଲିସ ଟିମକୁ ଚକମା ଦେବା ପାଇଁ ସେ ଏକ ପୋଖରୀରେ ଲୁଚିଥିଲା । ପୋଲିସ ଡ୍ରୋନ କ୍ୟାମେରାର ସହାୟତାରେ ତାକୁ ଠାବ କରିବା ସହ ଗିରଫ କରିବାରେ ସଫଳ ହୋଇଛି । ତେବେ ସମସ୍ତ ପ୍ରକ୍ରିୟା କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।v

Related Posts