ଋଷିଆର ରକେଡ ମାଡରେ ୟୁକ୍ରେନର ଭିନିସିଆ ବିମାନବନ୍ଦର ଧ୍ଵଂସ

୧୨ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ରୁଷ ସେନା ରାଜଧାନୀ କିଭ ସମେତ ଖାରକିଭ, ମାରିଉପୋଲ ଉପରେ ଆକ୍ରମଣ କରିଛି | କେବଳ ସେନାଘାଟି କିମ୍ବା ସାମରିକ ପ୍ରତିଷ୍ଠାନ ନୁହେଁ, ଜନବସତି ଅଂଚଳ, ହସ୍ପିଟାଲ, ବଡବଡ ବିଲଡିଂ, ଆପାର୍ଟମେଂଟ ଆଦିକୁ ଟାର୍ଗେଟ କରୁଛି ଋଷିଆ ସେନା ।

ଋଷିଆର ରକେଡ ମାଡରେ ଭିନିସିଆ ବିମାନବନ୍ଦର ଧଂଶ ହୋଇଯାଇଛି । ଏପଟେ ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ଥର ପାଇଁ ବୈଠକ ବସିବାକୁ ଯାଉଛି । ଏହା ପୂର୍ବରୁ ଯୁଦ୍ଧ ରୋକିବା ପାଇଁ ୟୁକ୍ରେନ ଆଗରେ ସର୍ତ ରଖିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେ କହିଛନ୍ତି ଋଷର ସୈନ୍ୟ ଅଭିଯାନ ସେତେବେଳେ ଅଟକିବ, ଯେତେବେଳେ କିଭ୍ ଅସ୍ତ୍ର ତ୍ୟାଗ କରିବ ଏବଂ ଋଷର ସମସ୍ତ ଦାବି ମାନିନେବ । ତୁର୍କି ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଉଥିବା ବେଳେ ଏଭଳି ସର୍ତ ରଖିଛନ୍ତି ପୁଟିନ୍ ।
ଯୁଦ୍ଧ ଆରମ୍ଭରୁ ପୁଟିନ ପ୍ରଥମେ କହୁଥିଲେ ୟୁକ୍ରେନକୁ ଦଖଲ କରିବା ନେଇ ଋଷିଆର ଅଭିପ୍ରାୟ ନାହିଁ । ବଢୁଥିବା ବିବାଦ ଦେଖି ଶନିବାର ପୁଟିନ କହିଥିଲେ, ୟୁକ୍ରେନର ସାମରିକ ଶକ୍ତି ଏବଂ ନାଜି ଶକ୍ତିକୁ ହଟାଇବେ । କିନ୍ତୁ ଅନେକ ସ୍ଥାନରେ ୟୁକ୍ରେନ ସେନାର ଜୋରଦାର ମୁକାବିଲା ପରେ ଏଭଳି ସ୍ୱର ବଦଳାଇଛନ୍ତି ଋଷିଆ ରାଷ୍ଟ୍ରପତି ।

Related Posts