ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ | ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ତାର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥ | ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମପତ୍ନୀ।

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଛି। ଆଗାମୀ ୨୪ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥର ଅଧକ୍ଷ ଆସନ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ସଂଘମିତ୍ରା ଦଳାଇଙ୍କ ନାମକୁ ଘୋଷଣା କରାଯାଇଛି।

ଭାରତୀୟ ଜନତା ପାର୍ଟି (ବିଜେପି) ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରିଛି। ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏହି ସୂଚନା ଦେଇଛନ୍ତି।

Related Posts