ଉତ୍ତରପ୍ରଦେଶର ଅଲିଗଡର ହୁସେନପୁରରେ ଦୁଃଖଦ ଘଟଣା : ଭାଙ୍ଗିଗଲା ନିର୍ମାଣାଧିନ ଘରର ପାଚେରୀ, ୨ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଲିଗଡର ହୁସେନପୁରରେ ଘଟିଛି ଏକ ହୃଦୟବିଦୟକ ଦୁର୍ଘଟଣା । ଭାଙ୍ଗିଗଲା ନିର୍ମାଣାଧିନ ଘରର ପାଚେରୀ ଫଳରେ ଚାପି ହୋଇ ୨ ଶିଶୁଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ ୭ ଜଣ ଶିଶୁ । ଅନ୍ୟ ସମସ୍ତ ୫ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଜିଲ୍ଲାର ଦାଦୋ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଠାରେ ଏକ ଘର କାମ ଚାଲିଥିଲା । ଏହା ନିକଟରେ ଏକ ସ୍କୁଲରୁ ଶନିବାର କିଛି ଶିଶୁ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ ନିର୍ମାଣାଧିନ ଘରର ପାଚେରୀ ସେମାନଙ୍କ ଉପରେ ପଡି ଯାଇଥିଲା । କେହି କିଛି ଭାବିବା ଆଗରୁ ଭଗ୍ନାବଶେଷ ତଳେ ୭ ଶିଶୁ ଚାପି ରହି ଯାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ପ୍ରଶାସନ ଗ୍ରାମବାସୀଙ୍କ ସହାୟତାରେ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା । ଅନ୍ୟ ୫ ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ପ୍ରବଳ ବର୍ଷା ପାଇଁ ଘର କାନ୍ଥ ଭାଙ୍ଗିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Related Posts