ନବରଙ୍ଗପୁର ଚଚା ପଞ୍ଚାୟତ ଗବାଗୁଡ଼ା ଗାଁରେ ଦୁଃଖଦ ଘଟଣା: ନଦୀରେ ବୁଡି ଦୁଇ ନାବାଳିକା ମୃତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡ଼ା ଗାଁରେ ଘଟିଛି ଏକ ଦୁଃଖସ ଘଟଣା । ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେମାଗ୍ନି ଗୋପାଳ ଓ ଲୁପେନ୍ଦ୍ରୀ ଗୋପାଳ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗବାଗୁଡ଼ା ଗାଁର ସତୀଘାଟ ନଦୀକୁ ଦୁଇ ଜଣ ନାବାଳିକା ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଦୁଇ ଜଣ ନାବାଳିକ ପାଣିରେ ଭାସିଯାଇଥିଲେ । ଗ୍ରାମବାସୀମାନେ ଏହା ଦେଖି ତୁରନ୍ତ ନଦୀକୁ ଡେଇଁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇସାରିଥିଲା । ଉଭୟ ଗବାଗୁଡ଼ା ଗାଁର ବୋଲି ଜଣାପଡିଛି ।

Related Posts