ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା : ଜଣେ କାଶ୍ମୀର ପଣ୍ଡିତଙ୍କ ଉପରକୁ ଗୁଳିମାଡ଼

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଫୁଟିଲା ଗୁଳି । କାଶ୍ମୀର ପଣ୍ଡିତଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି ଆତଂକବାଦୀ । ଆଜି ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ ଜିଲ୍ଲାର ଚୌଧୁରୀଗଣ୍ଡ ଗାଁରେ ଆତଙ୍କବାଦୀମାନେ ଜଣେ ସଂଖ୍ୟାଲଘୁ ପଣ୍ଡିତ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ବ୍ୟକ୍ତି ଜଣକ ନାମ ପୁରାଣ କ୍ରିଷ୍ଣ ଭଟ ବୋଲି ଜଣାପଡିଛି । ତେବେ ଏହି ଅଞ୍ଚଳରେ ପଣ୍ଡିତମାନଙ୍କ ଉପରେ ଆକ୍ରମଣର ଏହା ତୃତୀୟ ଘଟଣା । ଗତମାସରେ ଏଠାରେ ଆତଙ୍କୀଙ୍କ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଆଜିର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରିବାକୁ ପୋଲିସ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରିଛି

Related Posts