ପୁରୀ ହରିରାଜପୁର ପଂଚାୟତର ନଈ ଭଂସର ଗାଁରେ ଅଭାବନୀୟ ଦୃଶ୍ୟ: ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତର ନଈ ଭଂସର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ ଘଟିଛି । ମୃତ ପୁତୁରାର ନାମ ତପନ କୁମାର ଦାସ ହୋଇଥିବା ବେଳେ ତାଙ୍କର ବୟସ ୪୭ କି ୪୮ ହେବ ବୋଲି ଜଣାପଡ଼ିଛି ।

ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତଦେହ ରହିଛି ।

ମିଳିଥିବା ସୂଚନା ଅନୁସାରେ ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମା ଫିଙ୍ଗିଥିଲେ । ହେଲେ ସେ କେଉଁ କାରଣରୁ ଏପରି ଘଟଣା ଘଟାଇଲେ ତାହା ଅସ୍ପଷ୍ଟ ରହିଛି । ତେବେ ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ତନାଘନା ଆରମ୍ଭ କରିଛି ।

Related Posts