ବଲିଉଡ୍‌ ନିର୍ଦ୍ଦେଶକଙ୍କ ଉପରେ ‘ମି ଠୁ’ ଚଡ଼କ – ସାଜିଦ୍‌ ଖାନ୍‌ ବର୍ଷକ ପାଇଁ ନିଲମ୍ବିତ

‘ମି ଠୁ’ ବିବାଦ ସାଜିଦ୍‌ ଖାନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କୁ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡିରେକ୍ଟରସ୍‌ ଆସୋସିଏସନ୍‌ (IFTDA)ଏକ ବର୍ଷ ପାଇଁ ନିଲମ୍ବନ କରିଛି । ସାଜିଦ୍‌ଙ୍କ ବିରୋଧରେ ତିନି ଜଣ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ରାଚେଲ୍‌ ହ୍ଵାଇଟ୍‌, ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା ଓ ସାମ୍ବାଦିକା କରିସ୍ମା ଉପାଧ୍ୟାୟ ।

ଏହି ଅଭିଯୋଗ ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ଆଇ ଏଫ୍‌ ଟି ଡିଏ । ସଂଘ ପକ୍ଷରୁ କୁହାଯାଇଛି ଯେ ସାଜିଦଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ କୁହାଯାଇଥିଲା, କିନ୍ତୁ ସେ କୌଣସି ଜବାବ୍‌ ଦେଇ ନଥିଲେ । ‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ‘ହାଉସଫୁଲ୍-୪’ରୁ ବିଦା ହେବାକୁ ପଡ଼ିଥିଲା ।

ପୂର୍ବରୁ ନିର୍ଦ୍ଦେଶକ ସାଜିଦ୍‌ ଖାନଙ୍କୁ ଦି ଫେଡେରସନ୍ ଅଫ୍ ଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲଇଜ୍ (FWICI)କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଭେଟେରାନ୍‌ ଅଭିନେତା ଆଲୋକନାଥ ଓ ସାଜିଦ୍‌ ଖାନଙ୍କ ଉପରେ ଶୋଷଣର ଅଭିଯୋଗ ଆସିଛି ।

FWICI ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଫିଲ୍ମ ଓ ଟେଲିଭିଜନ୍ ନିର୍ଦ୍ଦେଶିକ ସଂଘ (IFTDA)କୁ ଆଲୋକନାଥ ଯେଉଁ ଉତ୍ତର ଦେଇଛନ୍ତି, ତାହା ସନ୍ତୋଷଜନକ ନୁହେଁ, IFTDA ପକ୍ଷରୁ ଯୌନ ଶୋଷଣ ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । IFTDAର ସଦସ୍ୟ FWICIର ବରିଷ୍ଠ ଅଧିକାରୀ ମାନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

Related Posts