ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରୁଛନ୍ତି । ସେପଟେ ଏହାର ପ୍ରଭାବ ସିଧାସଳଖ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବାରେ ଲାଗିଛି । ଏହା ମଧ୍ୟରେ ଭାରତୀୟ ଛାତ୍ରମାନେ ୟୁକ୍ରେନରେ ଫସିରହିଥିବାର ଖବର ସାମ୍ନାକୁ ଆସିଥିଲା । ତେବେ ଏହା ଶହ ନୁହଁ ହଜାର ହଜାର ସଂଖ୍ୟାରେ ଭାରତୀ ଛାତ୍ରମାନେ ୟୁକ୍ରେନରେ ଫସିରହିଥିଲେ । ପରେ କେନ୍ଦ୍ରସରକାର ତାଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗା ଆରମ୍ଭ ହୋଇଥିଲା । ଏଥିରେ ଏୟାର ଇଣ୍ଡିଆ ସାମିଲ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ଅନେକ ଭାରତୀୟଙ୍କୁ ୟୁକ୍ରେନରୁ ସ୍ୱଦେଶକୁ ଅଣାଯାଇଥିବାର ସୂଚନା ମିଳିଛି । ହେଲେ ୟୁକ୍ରେନରୁ ବାହାରିଥିôବା ପଷ୍ଠ ଏୟାର ଇଣ୍ଡିଆ ବର୍ତ୍ତମାନ ଚର୍ଚ୍ଚାରେ । ତେବେ ଏହା ଭାରତୀୟ ଛାତ୍ରମାନଙ୍କ ପାଇଁ ନୁହେଁ ବରଂ ଉକ୍ତ ବିମାନକୁ ଚଳାଉଥିବା ମହିଳା ପାଇଲଟ ଶିବାନୀ କର୍ଲାଙ୍କ ପାଇଁ । ଯୁଦ୍ଧର ଭୟାବହତା ଭିତରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଆଣିଥିବା ଏୟାର ଇଣ୍ଡିଆର ମହିଳା ପାଇଲଟ ଶିବାନୀ କର୍ଲାଙ୍କୁ ସବୁଠି ପ୍ରଶଂସା କରାଯାଉଛି ।
ତାଙ୍କର ସାହସୀକତାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି । ଅନ୍ୟପଟେ ଶିବାନୀ ଏୟାର ଇଣ୍ଡିଆ ସହ ତିନିବର୍ଷ ହେଲା ଜଡ଼ିତ ଅଛନ୍ତି । ଶିବାନୀ ଏହି ଉଦ୍ଧାରକାର୍ଯ୍ୟ କିପରି ହୋଇଥିଲା ତାକୁ ନେଇ ମଧ୍ୟ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ଯେତେବେଳେ ଶିବାନୀ ବୁଡାପେଷ୍ଟରେ ପହଞ୍ଚି ଛାତ୍ରମାନଙ୍କୁ ଭେଟିଥିଲେ, ସେତେବେଳେ ଛାତ୍ରମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ଏହା ପରେ ଶିବାନୀ ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ନିଶ୍ଚିତ କରାଯାଇଥିଲା ଯେ ସେମାନେ ନିରାପଦରେ ଘରେ ପହଞ୍ଚିଥିବେ । ଏବଂ ସେମାନେ ମଧ୍ୟ ଘରକୁ ଫେରିବା ପାଇଁ ବେଶ ଉତ୍ସାହିତ ଥିଲେ ।
ହେଲେ ଶିବାନୀଙ୍କ ପରିବାର ଟିକେ ଡ଼ରି ଯାଇଥିଲେ । ଯେତେବେଳେ ଶିବାନୀ ଭାରତରେ ଅବତରଣ କରିଥିଲେ, ସେତେବେଳେ ସମସ୍ତେ କରତାଳି ଦେଉଥିଲେ । ଏପରିକି ଶିବାନୀଙ୍କ ପରିବାରର ଲୋକମାନେ ମଧ୍ୟ ସେଠାରେ ଉପସ୍ଥିତି ରହି ଶିବାନୀଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେପଟେ ଶିବାନୀଙ୍କର ଜୀବନରେ ଏହା ପ୍ରଥମଥର କରି ଏପରି ଘଟିଥିଲା । ତେଣୁ ଏହି ସୁଯୋଗ ପାଇଥିବାରୁ ଶିବନୀ ବେଶ କୃତଜ୍ଞ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଶିବାନୀଙ୍କ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
