ସମ୍ବଲପୁର କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ଦୁଇଟି ହାତୀଙ୍କ ମୃତଦେହ ଠାବ

କୁଚିଣ୍ଡା : ପୁଣି ରାଜ୍ୟରେ ହାତୀ ମଡକ । ଆଖି ବୁଜିଲେ ୨ଟି ହାତୀ । ଦୁଇଟି ହାତୀଙ୍କ ମୃତଦେହ ଠାବ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ ଉଦ୍ଧାର ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଇ ହାତୀ ପଡିଥିବାର ଦେଖିବାକୁ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଧାନରେ ଦିଆଯାଇଥିବା କୀଟନାଶକ ଖାଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନବିଭାଗ ।

Related Posts