ବିଜେଡି ହଁ ଜଗଦେବଂକୁ ସବୁବେଳେ ସୁରକ୍ଷା ଦେଇଆସିଛି ; ସମ୍ବିତ ପାତ୍ର

ସତ୍ୟପାଠ ବ୍ୟୁରୋ, ୧୩/୦୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଭାରତୀୟ ଜନତା ପାର୍ଟି ପୁଣି ଟାର୍ଗେଟ କରିଛି ସରକାରଙ୍କୁ। ଆଜି ବିଜେପି ଏ ଘଟଣାରେ ପାର୍ଟି ର ହେଭିୱେଟ ଙ୍କୁ ଛିଡ଼ାକରିଛି ସାମ୍ବାଦିକ ସମ୍ମିଳନୀରେ।

ଭୁବନେଶ୍ୱର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣା ଗଣତନ୍ତ୍ରର ହତ୍ୟା ପାଇଁ ଷଡ଼ଯନ୍ତ୍ର । ଜଣେ ବିଧାୟକ ହୋଇ ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ପ୍ରଶାନ୍ତ ଜଗଦେବ । ଗତକାଲି ବିଧାୟକଙ୍କ ଏପରି କାର୍ଯ୍ୟକଳାପ କେବଳ ଅହଂକାର ନୁହଁ ରାଜ୍ୟର ଆଇନ୍ ଶୃଙ୍ଖଳା ପ୍ରତି ଚରମ ବେଖାତିର । ବିଧାୟକ ଜଗଦେବ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ସମ୍ବିତ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।

ସମ୍ବିତ ଆହୁରି କହିଛନ୍ତି ଯେ ପୂର୍ବରୁ ବିଧାୟକଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ଦଳିତ ଯୁବକଙ୍କୁ ମାଡ଼ ମାରିଥିଲେ ବିଧାୟକ ଜଗଦେବ । ବୌଦ୍ଧରେ ବିଜେପି କର୍ମୀ ମାନଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲେ । ମାତ୍ର ରାଜ୍ୟ ପ୍ରଶାସନ ସବୁବେଳେ ପ୍ରଶାନ୍ତଙ୍କୁ ସୁରକ୍ଷା ଦେଇ ଆସିଛି ବୋଲି ପାତ୍ର ଅଭିଯୋଗ କରିଛନ୍ତି। ସମ୍ବିତ ଘଟଣାରେ ବିଜେଡି ଉପରକୁ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ ତାଙ୍କ ପ୍ରଶ୍ନରେ କହିଛନ୍ତି ବିଜୁ ଜନତା ଦଳ କାହିଁକି ଜଗଦେବଙ୍କୁ ବହିଷ୍କାର କରୁନାହିଁ ? ନିଲମ୍ବନ କେବଳ ଆଖିଠର।

Related Posts