ଅମୃତସରରେ ଆମ୍ ଆଦମୀ ପାର୍ଟିର ବିଶାଳ ରାଲି : ସହର ତମାମ ଅରବିନ୍ଦ କେଜ୍ରିୱାଲ ଓ ଭଗୱନ୍ତ ମାନଙ୍କ କଟଆଉଟ୍

ସତ୍ୟପାଠ ବ୍ୟୁରୋ, ୧୩/୦୩: ନିର୍ବାଚନ ଫଳାଫଳ ବାହାରିବା ପରେ ଏବେ ୫ ଯାକ ରାଜ୍ୟରେ ଶପଥ ଗ୍ରହଣ ଉତ୍ସବ ପାଇଁ ଆରମ୍ଭ ହୋଇ ଯାଇଛି ଜୋରଦାର ପ୍ରସ୍ତୁତି ପର୍ବ। ସରକାର ଗଢିବାକୁ ଥିବା ଦଳ ବିଜେପି ଏବଂ ଆମ ଆଦମୀ ପାର୍ଟି ରେ ଏବେ ପ୍ରବଳ ଉତ୍ସାହ । ବିଶେଷକରି ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

ଆମ୍ ଆଦମୀ ପାର୍ଟି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆଜି ପଞ୍ଜାବରେ ରୋଡ ସୋ’ ମାଧ୍ୟମରେ ନିଜର ଜନପ୍ରିୟତା ପଦର୍ଶନ କରିବାକୁ ଯୋଜନା କରିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗବନ୍ତ ମନ ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜରୀୱାଲ ଅମ୍ରିତସାରରେ ରୋଡ ସୋ କରି ବିଜୟ ଦିବସ ପାଳନ କରିବେ । ମନ କହିଛନ୍ତି, ଆମେ ପଞ୍ଜାବବାସୀଙ୍କୁ ଯାହା କଥା ଦେଇଥିଲୁ ସେସବୁ ପୁରଣ ପାଇଁ ଆମେ ଗୁରୁ ସାହେବଙ୍କ ଆଶ୍ରିବାଦ ନେବୁ । ପଞ୍ଜାବ ଲୋକଙ୍କୁ ଆଉ ରାଜଧାନୀ ଚଣ୍ଡିଗଡ଼କୁ ଦୌଡିବାକୁ ପଡିବ ନାହିଁ । ସେମାନଙ୍କ ଘର ପାଖରେ ସମସ୍ତ ସରକାରୀ ସୁବିଧା ପହଂଚାବାକୁ ଚେଷ୍ଟା କରିବେ ବୋଲି ମନ କହିଛନ୍ତି ।

ମନ ତାଙ୍କ ଗାଁ ତଥା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପାଖ ଗାଁ ଖତକରକଲନରେ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଶପଥ ଗ୍ରହଣ କରିବେ । ଆପ୍ ପଞ୍ଜାବର ୧୧୭ ଆସନରୁ ୯୨ଟି ଆସନରେ ବିଜୟୀ ହୋଇଛି । ତେବେ ମନଙ୍କ କ୍ୟାବିନେଟ୍ ଟିମ୍ ନେଇ କୌଣସି ଆଗୁଆ ସୂଚନା ମିଳିପାରିନାହିଁ । ତେବେ ମନଙ୍କ କ୍ୟାବିନେଟ୍ରେ ଶିକ୍ଷିତ ନେତାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି ।

ହୋଲି ପରେ ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତି କରୁଥିବା ବେଳେ ଆପ୍ ଆସନ୍ତା ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଛି । ଶପଥ ଗ୍ରହଣ ପୂର୍ବରୁ ବିଭାଗ ଭାଗବଂଟା ନେଇ ମଧ୍ୟ ଲବି ଆରମ୍ଭ ହୋଇଯାରଛି । ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ଗଠନ ହେବାକୁ ଥିବା ନୂଆ କ୍ୟାବିନେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । କ୍ୟାବିନେଟରେ ଏଥର ବହୁ ନୂଆ ମୁହଁକୁ ସ୍ଥାନ ମିଳିପାରେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି ।

Related Posts