ଇସ୍ତଫା ଦେଲେ ସନାତନ ମହାକୁଡ

କେନ୍ଦୁଝର- କେନ୍ଦୁଝର ରାଜନୀତିର ଚର୍ଚ୍ଚିତ ଚେହେରା ସନାତନ ମହାକୁଡ ଏବେ ପୁଣି ଚର୍ଚ୍ଚାରେ । ଏଥର କିନ୍ତୁ ସନାଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ୨୦୧୭ରେ ସନା ଗଢ଼ିଥିବା ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି ।

ଗତ କିଛିଦିନ ତଳେ ସନାଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର ହେବା କାରଣରୁ ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇ ପାରୁ ନାହାଁନ୍ତି ଓ ଏଭଳି ସମସ୍ୟା ଲାଗି ରହିଲେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ସନାତନ । ରାଜ୍ୟ ରାଜନୀତିରେ ଜଣେ ବିତ୍ତଶାଳୀ ନେତା ଭାବେ ଜଣାଶୁଣା ସନା ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ସ୍ପଷ୍ଟ କରି ନାହାଁନ୍ତି ।

କେନ୍ଦୁଝରରେ ତଗଡା ପକଡ ଅଛି ସନାତନ ମହାକୁଡଙ୍କର । ସେ ଯୁଆଡେ ଯିବେ ତାଙ୍କ କର୍ମୀ ସିଆଡେ ଢ଼ଳିବେ ଏକଥା ସମସ୍ତେ ଜାଣନ୍ତି । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ କମେଡିଆନ ପପୁ ପମ୍ ପମ୍ ଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରାଇ ଅମାନତ ହରାଇଥିଲା । ହେଲେ ଏବେ ନିଜ ଦଳରୁ ଇସ୍ତଫା ଦେଇ ସନା ରାଜନୀତି କରିବେ କି ଗେମ୍ ଚେଂଜର ହେବେ ତା ଉପରେ ସମସ୍ତଙ୍କର ନଜର ରହିବ ।

Related Posts