ବନ୍ଧା ହେଲା ବାଲି ମାଫିଆ

ଝାରସୁଗୁଡ଼ାରେ ବାଲି ମାଫିଆଙ୍କ ଗୁଣ୍ଡାଗିରି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବାଲି ମାଫିଆ ସୌରଭ ପଟେଲକୁ ଗିରଫ କଲା ପୋଲିସ ।  ସୋମବାର ରାତିରେ ଝାରସୁଗୁଡ଼ା ଜିଲ୍ଲା ବଢେଇମୁଣ୍ଡା ଛକରେ ବାଲି ଗାଡ଼ିକୁ ଅଟକାଇବାରୁ ଜଣେ କନେଷ୍ଟବଳଙ୍କୁ ସୌରଭ ଖୁଲମ ଖୁଲା ଧମକ ଦେଇଥିଲେ । ତାଙ୍କର ଗାଡିକୁ ଯଦି ଅଟକାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି ମଧ୍ୟ କହିଥିଲେ । ଆଇଆଇସିଙ୍କଠରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାର ଭିଡିଓ ନିଜେ ଭାଇରାଲ କରିଥିଲେ । । ଭିଡିଓ ଭାଇରାଲ ହେବା ପରେ ସୌରଭଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ । ଅନ୍ୟପଟେ ଗିରଫ ହେବା ପରେ ନିଜର ପ୍ରତିକିୟାରେ ଭୁଲ ସ୍ବୀକାର କରିଛନ୍ତି ଅଭିଯୁକ୍ତ ସୌରଭ ।

Related Posts