ଭାଇରାଲ୍‌ ହେଲା ତାମିଲ ଅଭିନେତ୍ରୀଙ୍କ ଭିଡ଼ିଓ, ଏକ କୋଟି ଟଙ୍କା ନେଇ ଶାରୀରିକ ସଂପର୍କ ରଖିବାକୁ ପ୍ରସ୍ତାବ ଦେଲେ ଲୋକେ

ନିଜର ଏକ ଏକ ଭିଡ଼ିଓ ପୋଷ୍ଟ କରି ସୋସିଆଲ୍‌ ମିଡିଆରେ ସମାଲୋଚିତ ହେଉଛନ୍ତି ଜଣେ ତାମିଲ୍‌ ଫିଲ୍ମ ଅଭିନେତ୍ରୀ । ତାମିଲ ଫିଲ୍ମ ‘ଜେମ୍ସବଣ୍ଡ୍‌’ ଓ ‘ଅକ୍ସିଜେନ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ନିଜର ଏକ ମ୍ୟୁଜିକ୍‌ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।

ଆଗକୁ ସାକ୍ଷୀଙ୍କର ‘ମ୍ୟାଗନେଟ୍‌’ ନାମକ ଏକ ଫିଲ୍ମ ଆସୁଥିବାବେଳେ ଏହା ପୂର୍ବରୁ ସେ ଆସିଛନ୍ତି ଚର୍ଚ୍ଚାକୁ । କିଛି ଦିନ ତଳେ ସାକ୍ଷୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଥିଲେ । ସାକ୍ଷୀଙ୍କ ଭିଡ଼ିଓ ଦେଖିବା ପରେ ଲୋକେ ଖରାପ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । କିଛି ଲୋକ ତାଙ୍କୁ ଆପତ୍ତିଜନକ ଦାବି ଲେଖି ପଠାଉଥିବା ସାକ୍ଷୀ ନିଜେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

ସାକ୍ଷୀ ଟ୍ବିଟରରେ ଲେଖିଛନ୍ତି, ‘ମୋ ଭିଡ଼ିଓ ଓ ଫଟୋ ଦେଖି ଲୋକେ ପାଗଳ ହୋଇ ଯାଇଛନ୍ତି । ଗୋଟିଏ ରାତିକୁ ଏକ କୋଟି ଦେବା କଥା କହୁଛନ୍ତି । କିନ୍ତୁ ସେମାନେ ସବୁ ମୁର୍ଖ । ମୁଁ ଏତେ ସହଜରେ ବିକ୍ରି ହେବି ନାହିଁ । କେବଳ ମୋତେ ଦେଖି କାମ ଚଳାଅ ଏବଂ ‘ମ୍ୟାଗ୍‌ନେଟ୍‌’ ଦେଖିବା ପାଇଁ ସିନେମା ହଲକୁ ଯାଅ ବୋଲି ଲେଖିଛନ୍ତି ସାକ୍ଷୀ ।

କିଛି ଦିନ ଭିତରେ ରିଲିଜ୍‌ ହେବାକୁ ଥିବା ସାକ୍ଷୀଙ୍କ ଆଗାମୀ ତେଲୁଗୁ ଫିଲ୍ମ ‘ମ୍ୟାଗ୍‌ନେଟ’ର ନିର୍ଦ୍ଦେଶନା ଦେଇଛନ୍ତି ଶରଣ ଆୟିରଥିଲ ଇରୁଭର ।

Related Posts