କରୋନା ରୁ ବଞ୍ଚିବା ପାଇଁ ସୁପର ରିଚ୍ ଭାରତୀୟମାନେ ପ୍ରାଇଭେଟ୍ ଜେଟ୍ ରେ ଦେଶ ବାହାରକୁ ଚାଲିଯାଉଛନ୍ତି; ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ପ୍ରାଚୁର୍ଯ୍ୟ ଭିତରେ ଜୀବନଯାପନ କରୁଥିବା ଭାରତୀୟ ଧନୀଙ୍କୁ କରୋନା ଭୟ ଘାରିଛି। ଏହି ମାରାତ୍ମକ ଭୁତାଣୁ ଠାରୁ ନିଜକୁ ଦୁରେଇ ରଖିବା ଲାଗି ଦେଶ ଛାଡି ଘରୋଇ ଘରୋଇ ଜେଟରେ ବିଦେଶ ଗ୍ରସ୍ତ କରୁଛନ୍ତି । ସୋସିଆଲ ମିଡିଆ ଓ ଟେଲି ଭିଜନ ରେ ଡାକ୍ତରଖାନା ଶଯ୍ୟା ଏବଂ ଡ୍ରଗ୍ ଅଭାବ ଖବର ଦେଖି ଲକ୍ଷ ଲକ୍ଷ ଟଙ୍କା ବେୟ କରି ୟୁରୋପ, ମଧ୍ୟ ପୂର୍ବ ଚାଲି ଯାଉଛନ୍ତି। ନୂଆଦିଲ୍ଲୀ ସ୍ଥିତ ଘରୋଇ ଜେଟ ଫାର୍ମ କ୍ଲବ ୱାନ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜନ ମେହେରା କହିଛନ୍ତି ଯେ ଏହା କେବଳ ଅତ୍ୟଧିକ ଧନୀ ବ୍ୟକ୍ତି ନଇପାରିବେ ସେଇଟାନୁହେଁ ଯିଏ ବ୍ୟକ୍ତିଗତ ଜେଟ୍ ନେବାକୁ ସକ୍ଷମ, ସେ ବ୍ୟକ୍ତିଗତ ଜେଟ୍ ନେଉଛନ୍ତି।ସୋମବାର ଦିନ ଭାରତ ୩୫୨,୯୯୧ ନୂତନ ସଂକ୍ରମଣ ରିପୋର୍ଟ କରିଛି, ଯାହା ମହାମାରୀ ଆରମ୍ଭ ହେବା ଦିନଠାରୁ ବିଶ୍ୱରେ ସର୍ବାଧିକ।ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁଶୁଡି ପଡିଛି। ଅନେକ ବଲିଉଡ ଚଳଚିତ୍ର ର ସୁପରଷ୍ଟାରମାନେ ମାଲଦ୍ୱୀପ ସମେତ ଅନେକ ସ୍ଥାନକୁ ପଳାଇଥିବାର ନଜର ଆସିଥିବାବେଳେ ଅତନ୍ତ ୩ ଜଣ ଅଷ୍ଟ୍ରେଲୀୟ କ୍ରିକେଟର( IPL) ଇଣ୍ଡିଆନ ପ୍ରିମିୟର ଲିଗ ଛାଡିଛନ୍ତି। କୋଭିଡ -19 ମାମଲାର ଦ୍ୱିତୀୟ ଲହରୀ ବ୍ୟାପୁଥିବାରୁ କାନାଡା, ହଂକଂ, ସଂଯୁକ୍ତ ଆରବ ଅମିରାତ ଏବଂ ସମେତ ଅନେକ ଦେଶ ବିମାନ ଉଡାଣ ଉପରେ ରୋକ ଲଗାଇଛନ୍ତି। ଯେତେବେଳେ ଭାରତ ବାଣିଜ୍ୟିକ ବିମାନ ସେବାକୁ ନିଷିଦ୍ଧ କରିଯିବା ପରେ ବଡ଼ ବଡ଼ିଆ ଧନୀମାନେ ମିଥ୍ୟା ଚିକିତ୍ସା ଦାବି କରି ଗ୍ରସ୍ତ କରିଛନ୍ତି। ନୂଆଦିଲ୍ଲୀରୁ ଦୁବାଇ ଯାଉଥିବା ବ୍ୟକ୍ତି ମାନେ ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି ।ଇଜି ଟ୍ରିପ୍ ପ୍ଲାନର୍ସ ଇଣ୍ଡିଆର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟି କହିଛନ୍ତି ଯେ“ତୁରନ୍ତ ଯାତ୍ରା” ପାଇଁ ବୁକିଂ ବୃଦ୍ଧି ପରେ ଲଣ୍ଡନ ଭଳି ସ୍ଥାନଗୁଡିକରେ ସୀମିତ ଉପଲବ୍ଧତା ରହିଛି।ସେ କହିଛନ୍ତି ଟିକେଟ ନିୟମିତ ମୂଲ୍ୟ ରୁ 10ଗୁଣ ରୁ ଅଧିକ ଟଙ୍କା ରେ ବିକ୍ରି ହେଉଛି.

Related Posts