ବନବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ସତ୍ୟପାଠ ବ୍ୟୁରୋ : ନୂଆପଡା ସିନାପାଲିରେ ବନବିଭାଗର ଜୋରଦାର ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯାଇଛି । ତା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ ।

ରବିବାର ରାତିରେ ତାଲାକୋଟ ଅଂଚଳରୁ ମୂଲ୍ୟବାନ କାଠ ବୋଝେଇ ଏକ ପିକଅପ୍ ଆସୁଥିବା ଖବର ପାଇଥିଲା ସିନାପାଲି ବନବିଭାଗ । ସେହି ଅନୁସାରେ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୂସାରେ, ସିନାପାଲି ଫୁଳଚି ଘାଟି ନିକଟରେ କାଠ ବୋଝେଇ ଗାଡିଟିକୁ ଅଟକାଇ କାଠ ସହ ଗାଡିକୁ ଜବତ କରିଛି । ଏହାସହ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗୋଡାଲ ଗାଁର ନୀଳକଣ୍ଠ ନାୟକ ଓ ଆଉ ଜଣେ ଗାଡିର ଡ୍ରାଇଭର ବୋଲି ଜଣାପଡିଛି ।

Related Posts