ଜେଲରୁ ମୁକୁଳିଲେ ସାରଥୀ

ସତ୍ୟପାଠ ବ୍ୟୁରୋ : ଶେଷରେ ଜେଲରୁ ମୁକୁଳିଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ହାଇକୋର୍ଟରୁ ଦୁଇଦିନ ପୂର୍ବେ ଜାମିନ ମିଳି ସାରିଥିବା ବେଳେ ଆଜି କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ତାଙ୍କ ବେଲବଣ୍ଡ ଦାଖଲ ହୋଇଥିଲା । ପରେ ସେ ଚୌଦାର ଜେଲରୁ ମୁକୁଳିଛନ୍ତି ।

୨ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର‌୍ୟ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ହାଇକୋର୍ଟରେ ଭଣ୍ଡ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା । ହାଇକୋର୍ଟଙ୍କ ନର୍ଦ୍ଦେଶକ୍ରମେ ସାରଥିଙ୍କ ଓକିଲ କେନ୍ଦ୍ରାପଡ଼ା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ । ଆଜି ସେଠାରେ ଆତ୍ମଘୋଷିତ ସାରଥିଙ୍କ ଜାମିନ ପାଇଁ ଅନୁମତି ମିଳିଛି । ୨ଜଣ ଜାମିନଦାରଙ୍କ ଦ୍ୱାରା ହାଇକୋର୍ଟଙ୍କ ସର୍ତ୍ତପୂରଣ କରିବା ପରେ ସାରଥିଙ୍କୁ ଜାମିନ ମିଳିଛି । କୋର୍ଟଙ୍କ ବିନା ଅନୁମତିରେ ସାରଥି ଅଥବା ସନ୍ତୋଷ ରାଉଳ ସହର ବାହାରକୁ ଯାଇପାରିବେ ନାହିଁ । ଏହା ସହ ବିନା ଅନୁମତିରେ ସେ କୈାଣସି ସଭାସମିତି କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ସର୍ତ୍ତ ରହିଛି ।

ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ସୋମବାର ଦିନ ଅନ୍ୟ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର‌୍ୟ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ୨୦୧୫ ଅଗଷ୍ଟ ୭ରେ ଭଣ୍ଡ ସାରଥିଙ୍କ କିିଛି ମୂହୁର୍ତ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Related Posts