ନବୀନଙ୍କ ସହ କଥା ହେଲେ ମୋଦି

ସତ୍ୟପାଠ ବ୍ୟୁରୋ : ଆରଟିଆଇ ବିଲ ପାସ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସେ ନବୀନ ବାବୁଙ୍କ ସହ ଫୋନରେ କଥା ହୋଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମର ବରିଷ୍ଠ ପତ୍ରକାର ରାଜଦୀପ ସରଦେଶାଇ ଟୁଇଟ କରି ଏହା ଲେଖିଛନ୍ତି । ଓଡିଶା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ ବି ମୋଦି କଥା ହୋଇଥିବା ଜଣାପଡିଛି ।

ସଂଶୋଧିତ ଆରଟିଆଇ ବିଲକୁ ବିରୋଧ କରୁଛନ୍ତି କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ସୂଚନାଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି ହରତାଳ କରୁଛନ୍ତି ସୂଚନାଧିକାର କର୍ମୀ । ଏହି ପରିପ୍ରେକ୍ଷୀରେ ଏହି ବିଲ ପାସ କରାଇବା ପାଇଁ ମୋଦି ସରକାର ପାଖରେ ଆବଶ୍ୟକ ସଂଖ୍ୟକ ସଭ୍ୟ ଥିଲେ ବି ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ବିଜେପି ଚାହୁଁଥିବା କୁହାଯାଉଛି । ତେବେ ବିଜେଡି ଏହାକୁ ସମର୍ଥନ କରିବ କି ନା ତାହା ସ୍ପଷ୍ଟ ହୋଇନି ।

Related Posts