ପିଓକେର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେଲେ ସର୍ଦ୍ଦାର ତନଭୀର ଇଲିୟାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପିଓକେର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେଲେ ସର୍ଦ୍ଦାର ତନଭୀର ଇଲିୟାସ । ସେପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ଦଳରୁ ଇଲିୟାସ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । ତେବେ ର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଗୁରୁବାର ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ପାଇଁ ଜଣେ ନୂତନ ନେତା ବାଛିବାକୁ ବୈଠକ ହୋଇଥିଲା । ଏହି ସମୟରେ ଲିୟାସ ପିଟିଆଇ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ନିର୍ବାଚନ ପାଇଁ ଆଉ କୌଣସି ପ୍ରାର୍ଥୀ ନ ଥିବାରୁ ଇଲିୟାସ ନିର୍ବାଚିତ ହୋଇଥିଲେ । ତାଙ୍କୁ ୩୩ ଜଣ ସାଂସଦଙ୍କ ଭୋଟ୍ ମିଳିଥିଲା । ସୂଚନା ଥାଉ କି ପାକିସ୍ତାନ ତେହେରିକ-ଇ-ଇନସାଫ ଦଳରେ ବିଦ୍ରୋହ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଥିଲେ । ଦଳର ୨୫ ଜଣ ସାଂସଦ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ସେ ଇସ୍ତଫା ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts