ଇସ୍ତଫା ଦେଲେ ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ ନିଆଳି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ତଫା ଦେଲେ ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ ନିଆଳି । ତେବେ ନିୟାଜି ପିଟିଆଇ ପ୍ରମୁଖ ଇମରାନ ଖାନଙ୍କ ଅତି ନିକଟତର ଥିବାର ସୂଚନା ମିଳିଛି । ସେପଟେ ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ କୟ୍ୟୁମ ନିଆଜି ଏପ୍ରିଲ ୧୪ ତାରିଖରେ ପଠାଇଥିବା ନିଜ ଇସ୍ତଫାରେ ଲେଖିଛନ୍ତି, ସମ୍ୱିଧାନର ଧାରା ୧୬(୧) ଅନୁସାରେ, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ପାକିସ୍ତାନର ଅକ୍ତିଆରେ ଥିବା କାଶ୍ମୀରର ରାଷ୍ଟ୍ରପତି ସୁଲତାନ ମହମୁଦ ଚୌଧୁରୀଙ୍କୁ ନିଜର ଇସ୍ତଫା ପଠାଇଛନ୍ତି। ପାକିସ୍ତାନର ଖବରକାଗଜ ଡନ ଅନୁସାରେ, ରାଷ୍ଟ୍ରପତିଙ୍କ ସଚିବ ଆସିଖ ହୁସେନ ଶାହ ଚୌଧୁରୀ ପଠାଇଥିବା ଇସ୍ତଫା ପତ୍ରକୁ ସ୍ପଷ୍ଟ କରିଛନ୍ତି।

ସରକାରୀ ବିଜ୍ଞପ୍ତି ଜାରି କରିବା ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନିଆଜି ଗତ ବର୍ଷ ପିଓକେର ପ୍ରଧାନମନ୍ତ୍ରୀ ହୋଇଥିଲେ। ପିଟିଆଇ ନିର୍ବାଚନରେ ୫୩ ଆସନରୁ ୩୨ରେ ବିଜୟ ହାସଲ କରିଥିଲେ। ଭାରତ ପିଓକେର ନିର୍ବାଚନକୁ ଅସ୍ୱୀକାର କରିବା ସହ ବେଆଇନ ଆଇନ ଅକ୍ତିଆରକୁ ଚୁଲାଇବା ପାଇଁ ଏକା ପାକିସ୍ତାନର ଷଡଯନ୍ତ୍ର ବୋଲି ଭାରତ କହିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts