ଆତଙ୍କୀ ଗୁଳିରେ ସରପଞ୍ଚ ମୃତ

ଜମ୍ମୁ କାଶ୍ମୀର: ଜମ୍ମୁ କଶ୍ମୀରର ବାରାମୂଲାରେ ଆତଂକବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ । ଶୁକ୍ରବାର ସଂଧ୍ୟାରେ ଆତଙ୍କୀମାନେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ଗେସବୁଗ ପଟ୍ଟନରେ ସରପଞ୍ଚ ଅହମଦ ବାଙ୍ଗାରୁ । ଆତଙ୍କୀଙ୍କ ଗୁଳିରେ ଆହତ ହେବା ପରେ ବାଙ୍ଗରୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସକୁ ମିଳିଥିବା ସୂଚନା ଅନୁସାରେ, ବାଙ୍ଗରୁ ନିର୍ଦଳୀୟ ସରପଞ୍ଚ ଥିଲେ। ତେବେ ସେ ବିଜେପି ସମର୍ଥିତ ଥିବା କୁହାଯାଉଛି। ସୂଚନା ଅନୁସାରେ ଗତ ଛଅ ସପ୍ତାହରରେ ପଞ୍ଚାୟତ ସଦସ୍ୟଙ୍କ ଏହା ଚତୁର୍ଥ ହତ୍ୟା। ଗତ ମାସରେ ଆତଙ୍କୀମାନେ କୁଳଗାମରେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀମାନେ ଶବ୍ବୀର ଅହମଦ୍ଦ ମୀରଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାର ଦୁଇ ଦିନ ପୂର୍ବେ ଆତଙ୍କୀମାନେ ଶ୍ରୀନଗର ବାହାରେ ଅନ୍ୟ ଏକ ସରପଞ୍ଚଙ୍କୁ ଗୁଳି କରି ଆତଙ୍କୀମାନେ ହତ୍ୟା କରିଥିଲେ ।

ସେପଟେ ଅଞ୍ଚଳରେ ଦିନକୁ ଦିନ ଆତଙ୍କିଙ୍କ ପଦୂର୍ଭାବ ବଢ଼ୁଥିବା ବେଳେ, ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

Related Posts