ପାକିସ୍ତାନ ଆଡ଼କୁ ମାଡି ଆସୁଛି ଘୋର ବିପଦ ! ଆଗକୁ ହେବ ମହଙ୍ଗା ମାଡ଼

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ପାକିସ୍ଥାନର ସ୍ଥିତି ଏବେ ବହୁତ୍ ଖରାପ । ରାଜନୀତିକ ସଙ୍କଟ ମଧ୍ୟରୁ ବାହାରକୁ ଆସିଥିବା ପାକିସ୍ତାନ ଏବେ ଆଉ ଏକ ବିପଦ ମଧ୍ୟକୁ ଠେଲି ହେବାକୁ ଯାଉଛି । କରୋନା ଭାଇରସ ମହାମାରୀ ପରେ ସାରା ବିଶ୍ୱ ଏବେ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହୋଇଛି। ଏଥିରେ ପଡୋଶୀ ପାକିସ୍ତାନ ନିକଟରେ ରାଜନୈତିକ ସଂକଟରୁ ବାହାରିଥିଲେ ବି ମୂଲ୍ୟବୃଦ୍ଧି ଓ ଆର୍ଥିକ ଦୁଃସ୍ଥିତି ମୁକାବିଲା ଲାଗି ଏପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରି ନାହିଁ। ଏଣୁ ଆଗାମୀ ଦିନରେ ଦେଶରେ ମହଙ୍ଗା ବିସ୍ଫୋରଣ ହେବ ବୋଲି ଆକଳନ କରାଗଲାଣି।

ଦେଶରେ ନୂଆ ସରକାର ଆସିଛନ୍ତି। ଏଥିରେ ଯଦି ସାମ୍ବିଧାନିକ ପ୍ରସ୍ତାବ ଉପରେ କାର୍ଯ୍ୟ କରାଯାଏ ତେବେ ଗୋଟିଏ ଝଟକାରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୨ଗୁଣାରୁ ବି ଅଧିକ ହୋଇଯିବ।ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନିୟନ୍ତ୍ରକ ଓଜିଆରଏ ଶନିବାରରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଲାଗି ସୁପାରିସ କଲେଣି। ଏଥିରେ ଓଜିଆରଏ ପେଟ୍ରୋଲ ଲଟିର ପିଛା ଦରରେ ୮୩ ଟଙ୍କା ୫ ପଇସା ଓ ଡିଜେଲ ଲିଟର ପିଛା ୧୧୯ଟଙ୍କା ପର୍ଯ୍ୟନ୍ତ ବଢାଇବାକୁ ସୁପାରିଶରେ ଉଲ୍ଲେଖ କରିଛନ୍ତି। ଗତ ୧ ଏପ୍ରିଲରୁ ପାକିସ୍ତାନରେ ଲିଟର ପିଛା ପେଟ୍ରୋଲ ୧୪୯ଟଙ୍କା ୮୬ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୪୪ ଟଙ୍କା ୧୫ ପଇସା ମୂଲ୍ୟରେ ବିକାକିଣା ଚାଲିଛି। ଏଥିରେ ଯଦି ମୂଲ୍ୟ ବୃଦ୍ଧି ହୁଏ ତେବେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀ ଦର ସାଧାରଣ ଲୋକଙ୍କ ହାତ ପାଆନ୍ତାରେ ରହିବନି।

ସୁପାରିଶ ଅନୁସାରେ ମୂଲ୍ୟ ବୃଦ୍ଧି କରାଗଲେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଦର ୨୫୦ ଟଙ୍କା ପାର ହେବାକୁ ଥିବା ବେଳେ ଡିଜେଲ ୨୦୦ ଟଙ୍କା ଲିଟରକୁ ପହଞ୍ଚିବ। ପାକିସ୍ତାନରେ ପେଟ୍ରୋଲ ପ୍ରତି ଲିଟର ୧୭ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବେଳେ ୩୦ ପ୍ରତିଶତ ଲେଭି ଆଦାୟ ହେଉଛି। ଏଥିରେ ମୂଲ୍ୟବୃଦ୍ଧି ସମାଜର ପ୍ରତ୍ୟେକ ସ୍ତରକୁ ପ୍ରଭାବିତ କରିବ ବୋଲି ସ୍ପଷ୍ଟ ଆକଳନ କରାଗଲାଣି।

ନିକଟରେ ଭାରତରେ ଲଗାତାର ଭାବେ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ, ଯାହାକୁ ନେଇ ଅନ୍ୟ ସାମଗ୍ରୀର ଦର ମଧ୍ୟ ବଢ଼ିବାକୁ ଲାଗୁଛି ।

Related Posts