ଷଢ଼ଙ୍ଗୀଙ୍କ ପଛର ସାଂଘାତିକ ଷଡଯନ୍ତ୍ର ! ସତ୍ୟ ଖୋଲିଲେ ପୁରୁଣା ପେଡି

ସତ୍ୟପାଠ ବୁରୋ : କିଏ ତାଙ୍କୁ କହୁଛି ଓଡିଶାର ଯୋଗୀ ପୁଣି କିଏ କହୁଛି ଓଡିଶା ମୋଦି । ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ନେଇ ପ୍ରଥମେ ଗଣମାଧ୍ୟମରେ ଜୋରସୋର ପ୍ରଶଂସା କରାଗଲା । କିନ୍ତୁ ଏବେ ୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମଷ୍ଟେନ୍ସ ହତ୍ୟା ମାମଲା ସହ ତାଙ୍କୁ ଯୋଡା ଯାଉଛି । ପ୍ରଶ୍ନ ଉଠୁଛି ହଠାତ ରାତି ଅଧିଆ କାହିଁକି ସବୁ ବଦଳିଗଲା ? କାହା ଚାପରେ ସ୍ୱର ବଦଳାଇଦେଲା ମିଡିଆ ?

ପ୍ରଥମେ ଏକ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏ ପ୍ରସଙ୍ଗ ଉଠାଇଲା, ଆଉ ଏବେ ଅନ୍ୟମାନେ ସମାନ କଥାରେ ପ୍ରତାପ ଷଢ଼ଙ୍ଗୀଙ୍କୁ ନେଇ ଖବର କଲେଣି । ଲାଗୁଛି ଯେମିତି ଏ ଖବର ପଛର କେହି ରିଙ୍ଗ୍ ମାଷ୍ଟର ଏଡିଟୋରିଆଲକୁ କବଜା କରି ଚାପ ପକାଇଛି । ତେବେ ଦୁଇବର୍ଷ ତଳେ ପ୍ରତାପ ଷଢ଼ଙ୍ଗୀଙ୍କ ସହ ନେଟୱର୍କ ୧୮ ବା ଇଟିଭି ଓଡିଆରେ ଏକ ଟିଭି ଇଣ୍ଟରଭ୍ୟୁକୁ ବନ୍ଦ କରାଇ ଦେବାକୁ ତକ୍ରାଳୀନ ଏଡିଟର ସତ୍ୟ ପ୍ରକାଶ ନାୟକଙ୍କ ଉପରେ ଯେଉଁ ଚାପ ପଡିଥିଲା ଏବେ ତାହାର ଖୁଲାସା କରିଛନ୍ତି ନିଜେ ସତ୍ୟପ୍ରକାଶ । ଯାହାକୁ ନେଇ ଏହି ଷଡଯନ୍ତ୍ର ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି ।

ସତ୍ୟ କହିଛନ୍ତି, ୨୦୧୭ରେ ସେ ଇଟିଭି ଓଡିଆରେ ଏଟିଡର ଥିବା ବେଳେ ପ୍ରତାପ ଷଢ଼ଙ୍ଗୀଙ୍କୁ ଓଡିଶାର ଆଦିତ୍ୟନାଥ ଯୋଗୀ ଭାବ ଚିତ୍ରଣ କରି ଏକ ଖବର ପ୍ରସ୍ତୁତ କରିଥିଲେ । ଯେଉଁ ସମୟରେ ଓଡିଶାରେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲୁଥିଲା , ସେହି ସମୟରେ ଏ ଖବର ପ୍ରସ୍ତୁତ ହୋଇଥିଲା । କିନ୍ତୁ ଉଭୟ ଖବରକୁ ବାତିଲ କରି ଦିଆଗଲା । ଏହାକୁ ବାତିଲ କରିବା ପାଇଁ ସେତେବେଳେ ସତ୍ୟଙ୍କ ଉପରେ ନେଟୱର୍କ ୧୮ର ଏଡିଟର-ଇନ-ଚିଫ୍, ଗୃପ୍ ଏଡିଟରଙ୍କ ଭଳି କିଛି ନାମଜାଦା ବସ୍ ଚାପ ପକାଇଥିବା ସତ୍ୟ କହିଛନ୍ତି । ତେବେ ଏହାର କାରଣ ଜାଣିବାକୁ ସତ୍ୟ ଚାହିଁଥିବା ବେଳେ କେବଳ ପଦିଏ ଉତ୍ତର ଆସିଥିଲା ‘ ପେଟ୍ରୋଲିୟମ୍ ମିନିଷ୍ଟର ପ୍ରଧାନ ଜୀ ନାରାଜ୍ ହେ’… ।

ଖାଲି ଏତିକି ନୁହେଁ ପ୍ରତାପ ଷଢ଼ଙ୍ଗୀଙ୍କ ସହ ସିଧାକଥା ନାମରେ ଏକ ଇଣ୍ଟରଭ୍ୟୁ ନିଆଯାଇଥିଲା । ସକାଳ ୯ଟାରୁ ଏହାର ପ୍ରୋମୋ ଚାଲିଲା । କିନ୍ତୁ ପ୍ରୋମୋ ଚାଲିବାର ମାତ୍ର ତିନି ଚାରିଘଣ୍ଟା ଭିତରେ ନେଟୱର୍କ ୧୮ ସଂସ୍ଥାର ଏଡିଟର-ଇନ-ଚିଫ୍ ଓ ଗ୍ରୁପ୍ ଏଡିଟର୍ ବମ୍ବେ ଓ ହାଇଦ୍ରାବାଦରୁ ସିଧା ଦିଲ୍ଲୀ ଆସିଥିଲେ ଓ ଧର୍ମେନ୍ଦ୍ରବାବୁ ଚାହୁଁ ନଥିବାରୁ ଏ ଇଣ୍ଟରଭ୍ୟୁକୁ ବନ୍ଦ କରିବାକୁ ସତ୍ୟ ପ୍ରକାଶଙ୍କ ଉପରେ ଚାପ ପକାଇଲେ । ଯେଉଁଥିରେ ବିରକ୍ତ ହୋଇ ସେତେବେଳେ ସତ୍ୟ ଇସ୍ତଫା ଦେଇ ଚାକିରୀ ଛାଡି ଆସିଥିଲେ ବୋଲି ମିଡିଆ ଇଣ୍ଡଷ୍ଟ୍ରିରେ ପ୍ରାୟ ସମସ୍ତେ ଜାଣନ୍ତି ।

ଏହି ପୁରୁଣା ପେଡି ଖୋଲି ସତ୍ୟ ଅନେକ ଅସମାହିତ ପ୍ରଶ୍ନ ଫିଙ୍ଗିଛନ୍ତି । ବିଗତ ଦିନରେ ପ୍ରତାପ ଷଢଙ୍ଗୀଙ୍କ ଶିରି ଦେଖି ପାରି ନଥିବା ପ୍ରଧାନ ବାବୁ ସତରେ ଏହି ବିବାଦୀୟ ଖବର ପଛରେ ରିଙ୍ଗ ମାଷ୍ଟର ନୁହଁନ୍ତି ତ ? ପ୍ରତାପ ଷଢ଼ଙ୍ଗୀ ସାମାନ୍ୟ ପୂର୍ବତନ ବିଧାୟକ ଥିବା ବେଳେ ତାଙ୍କୁ ଯୋଗୀଜୀଙ୍କ ସହ ତୁଳନା କରିବାର ଖବରକୁ ଯଦି ବାସ୍ତବରେ ସେତେବେଳେ ଧର୍ମେନ୍ଦ୍ର ବନ୍ଦ କରାଇଥିଲେ, ବର୍ତ୍ତମାନ ଜଣେ ପ୍ରତାପ ମନ୍ତ୍ରୀ ହେବା ପରେ ସେ ଅସୂୟା ଭାବ କାହିଁକି ବା ନଥିବା ତାହା କିଏ କହିବ ।

କେବଳ ସେତିକି ନୁହେଁ, ଏହା ପଛରେ ଆଉ ଏକ କାରଣକୁ ମଧ୍ୟ ଅସ୍ୱୀକାର କରାଯାଇ ନପାରେ । ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପିର ପୋଷ୍ଟର ବୟ ଥିଲେ । କିନ୍ତୁ ନିର୍ବାଚନରେ ସେ ପ୍ରାର୍ଥୀ ହେଲେ ନାହିଁ । ଅଥଚ ରବିନ୍ଦ୍ର ଜେନା ଓ ନବଜ୍ୟୋତି ପଟ୍ଟନାୟକଙ୍କ ଭଳି କୋଟିପତି ପ୍ରାର୍ଥୀଙ୍କୁ ହରାଇ ପ୍ରତାପ ସଂସଦ ଯାଇପାରିଛନ୍ତି । ହୁଏତ ତାଙ୍କ ଅମାୟିକ ବ୍ୟକ୍ତିତ୍ୱ, ନିରାଡମ୍ବର ଜୀବନଶୈଳୀ ତାଙ୍କ ବିଜୟର ଉତ୍ସ ହୋଇପାରେ କିନ୍ତୁ ସମଗ୍ର ଦେଶରେ ତାଙ୍କ ବିଜୟ ଓ ବ୍ୟକ୍ତିତ୍ୱକୁ ଚର୍ଚ୍ଚା ହେବା ପରେ ଧର୍ମେନ୍ଦ୍ରଙ୍କ ସ୍ଥାନରେ ପ୍ରତାପ ଯେ ଓଡିଶା ବିଜେପିର ସାଂଗଠାନିକ ଦାୟିତ୍ୱ ନନେବେ ତାହା ଅସମ୍ଭବ ନୁହେଁ । ଯାହାକୁ ସହଜରେ ଗ୍ରହଣ କରି ପାରୁ ନଥିବେ ପ୍ରଧାନଜୀ । ତେଣୁ ସରଳ ଷଢ଼ଙ୍ଗୀଙ୍କ ଇତିହାସକୁ ରକ୍ତରଂଜିତ ଓ କଳଙ୍କିତ କରିବା ପାଇଁ କେହି ଜଣେ ରିଙ୍ଗ୍ ମାଷ୍ଟର ସାଜି ଗଣମାଧ୍ୟମର ଏଡିଟୋରିଆଲ ଟେବୁଲକୁ ଅକ୍ତିଆର କରି ସାରିଛି ବୋଲି କହିବା ଭୁଲ ହେବ ନାହିଁ ।

ତେବେ ସତ୍ୟ କେତେ ସତ କହୁଛନ୍ତି ବା ଧର୍ମେନ୍ଦ୍ରଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି ତାହା ଅଲଗା କଥା କିନ୍ତୁ ବିନା କୌଣସି କାରଣରେ ପ୍ରତାପ ଷଢ଼ଙ୍ଗୀଙ୍କର ସେହି ଇଣ୍ଟରଭ୍ୟୁକୁ କାହିଁକି ପ୍ରସାରଣ କରାଯାଇ ନଥିଲା । ସାଧାରଣତଃ ଆପତିଜନକ କଥା ଥିଲେ ସେହି ଅଂଶକୁ କାଟି ଦିଆଯାଇଥାଏ କିନ୍ତୁ ଏ ଇଣ୍ଟରଭ୍ୟୁରେ ଏମିତି କଣ ଥିଲା ଯେଉଁଥିପାଇଁ ତାହାକୁ ପ୍ରୋମୋ ବାଜିବା ପରେ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ସେତେବେଳେ ଏହାକୁ ନେଇ ନିଜେ ପ୍ରତାପ ମଧ୍ୟ ନେଟୱର୍କ ୧୮ ଉପରେ ବିରକ୍ତ ହୋଇଥିଲେ । ତେଣୁ ଏହା ଦର୍ଶାଉଛି ସତ୍ୟଙ୍କ କଥାରେ କିଛି ନା କିଛି ସତ୍ୟତା ରହିଛି ।

ସବୁ ପରେ ବି ସମସ୍ତଙ୍କର ପ୍ରିୟ ନନା ଏହି ଚକ୍ରବ୍ୟୁହକୁ ଭେଦ କରି ଆଗକୁ ଆସି ପାରୁଛନ୍ତି ନା ଆହତ ହେଉଛନ୍ତି ତାହା ସମୟ କହିବ……

Related Posts