ଆରମ୍ଭ ହେଲା BCCIରେ ‘ଦାଦା’ଗିରି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ବିଧିବଦ୍ଧ ଭାବେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ସକାଳ ୧୧ଟାରେ ବିସିସିଆଇର ମୁମ୍ବାଇସ୍ଥିତ ମୁଖ୍ୟାଳୟରେ ଦାଦାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଜୟ ଶାହା ଓ ସିଓଏ ବିନୋଦ ରାୟଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ତାଙ୍କୁ ଏହି ପଦ ପାଇଁ ନିର୍ବିରୋଧରେ ଚୟନ କରାଯାଇଛି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଳ କୋଷାଧ୍ୟକ୍ଷ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସଚିବ, କେରଳର ଜୟେଶ ଜଜ ଯୁଗ୍ମ ସଚିବ ଓ ଉତ୍ତରାଖଣ୍ଡର ମହୀମ ବର୍ମା ଉପସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।

ଗାଙ୍ଗୁଲିଙ୍କ ସଭାପତି ପଦରେ କାର୍ଯ୍ୟକାଳ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ରହିଛି। କାରଣ ନୂତନ ନିୟମ ଅନୁଯାୟୀ ବିସିସିଆଇର ପ୍ରଶାସକ ଭାବେ ତାଙ୍କର କାର୍ୟ୍ୟ୍କାଳ ୬ ବର୍ଷ ପୂରଣ ହେବ ଏବଂ ସେ କୁଲିଂ ଅଫ ପିରିୟଡରେ ରହିବେ। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ(ସିଏବି)ର ମଧ୍ୟ ସଭାପତି ଥିଲେ  ।

Related Posts