ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା; ବର୍ଷା ଓ ବନ୍ୟା ସ୍ଥିତି ପାଇଁ ପୁରୀ ଜିଲ୍ଲାରେ ଆଉ ଦୁଇଦିନ ସ୍କୁଲ ବନ୍ଦ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲାରେ ଆଉ ୨ଦିନ ପାଇଁ ସ୍କୁଲ ବନ୍ଦ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବ । ତେବେ ଆଗକୁ ଥିବା ଲଘୁଚାପ ଜନିତ ବର୍ଷା ଓ ଜିଲ୍ଲାର ବନ୍ୟା ସ୍ଥିତିକୁ ଅଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଜିଲ୍ଲାରେ ଉତ୍ପନ୍ନ ବନ୍ୟା ସ୍ଥିତି ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ଦୁଇଦିନ ପାଇଁ ସ୍କୁଲ ସବୁ ବନ୍ଦ୍ ଘୋଷଣା କରିଥିଲା। ତେବେ ପୁଣି ଆଉ ଏକ ଲଘୁଚାପ ଓ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରି ନଥିବାରୁ ପୁଣି ଦୁଇଦିନ ପାଇଁ ସ୍କୁଲ ଗୁଡିକୁ ବନ୍ଦ୍ ଘୋଷଣା କରାଯାଇଥିବା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

Related Posts