ବ୍ରେନ ଡେଡ୍ ଅବସ୍ଥାରେ କମେଡିଆନ ରାଜୁ ଶ୍ରୀବାସ୍ତବ, ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ସ୍ୱାସ୍ଥ୍ୟବସ୍ଥା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପରିଚିତ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ବଡ ଖବର ଆସିଛି । କୁହାଯାଉଛି କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ପୂର୍ବଠାରୁ ଅଧିକ ଖରାପ ହେବାରେ ଲାଗିଛି । ତାଙ୍କ ବ୍ରେନ ପାଖା ପାଖି ଡେଡ୍ ସ୍ଥିତିରେ ରହିଛି । ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂନା ଦେଇଛନ୍ତି ।ସେ କହିଛନ୍ତି କି ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ , ଏବେ କେବଳ ଭଗବାନ ଭରଶା । ଅଜିତଙ୍କ କହିବା ମୁତାବକ ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରୁଥିବା ଏମ୍ସ ଡାକ୍ତରମାନେ କହିଛନ୍ତି କି, ରାଜୁଙ୍କ ବ୍ରେନ ଡେଡ୍ ଅବସ୍ଥାରେ ରହିଛି । ଏହାସହ ରାଜୁଙ୍କ ହାର୍ଟରେ ବି ଅନେକ ଅସୁବିଧା ରହିଛି । ଏବେ କେବଳ ଭଗବାନ ଭରଶା ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୮ ଦିନ ଏମ୍ସରେ ଧରି ରାଜୁଙ୍କର ଚିକିତ୍ସା ଚାଲିଛି ।

Related Posts