ପୁଣି ଚାଞ୍ଚଲ୍ୟ, କଳାହାଣ୍ଡିରେ ଅନ୍ତଃସତ୍ତ୍ବା ହେଲେ ସ୍କୁଲ ଛାତ୍ରୀ

ପୁଣି ସ୍କୁଲରେ କୁକର୍ମ । ପୁଣି ଜଣେ ନିରୀହ ଝିଅ ହୋଇଛି ପାଶବିକତାର ଶିକାର । ଏଥର ଖବର ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନର୍ଲାରୁ । ଏକ ଛାତ୍ରୀ ନିବାସରେ ରହି ପାଠ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ତଃସତ୍ତ୍ବା ଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହେବା ଓ ପ୍ରସବ ଘଟଣାକୁ ନେଇ ରାଜ୍ୟରେ ଜୋରଦାର ତର୍କ ବିତର୍କ ଚାଲିଥିବାବେଳେ କଳାହାଣ୍ଡିର ଏହି ଘଟଣା ପୁଣି ଖେଳାଇ ଦେଇଛି ଚାଞ୍ଚଲ୍ୟ । ଛାତ୍ରୀ ଜଣକ ଅନ୍ୟ ରାଜ୍ୟର ହୋଇଥିବା ବେଳେ ସେ ନର୍ଲାରେ ଏକ ଛାତ୍ରୀନିବାସରେ ରହି ପାଠ ପଢୁଥିଲେ । ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସ୍କୁଲ କର୍ତ୍ତୃପକ୍ଷ ବା ସ୍ଥାନୀୟ ପ୍ରଶାସନ ଏ ନେଇ ମୁହଁ ଖୋଲୁନାହାନ୍ତି ।

ଏ ନେଇ ସ୍ଥାନୀୟ ପୋଲିସ୍‌ ପାଖରେ ମଧ୍ୟ ଖବର ଅଛି । ଏବଂ ପୋଲିସ୍‌ ଏ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ସିରିମସ୍କା ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଜେଲ୍ ଯିବା ଘଟଣାକୁ ନେଇ ପୂର୍ବରୁ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

Related Posts