ଆର ପାରିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମିନତୀ ମିଶ୍ର

(ସତ୍ୟପାଠ ବ୍ୟୁରୋ) କଟକ: ଆର ପାରିରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ପଦ୍ମଶ୍ରୀ ଡ. ମିନତୀ ମିଶ୍ର । ବୟୋଜ୍ୟେଷ୍ଠା ଓଡିଶୀ ନୃତ୍ୟଶିଳ୍ପୀ ଭାବେ ତାଙ୍କୁ ୨୦୧୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଐତିହାସିକ ସହର କଟକରେ ୧୯୨୯ ମସିହାରେ ଜନ୍ମଲାଭ କରିଥିବା ମିନତୀ ମିଶ୍ର ଜୀବଦଶାରେ ସୂର୍ଯ୍ୟମୂଖୀ, ଅରୁନ୍ଧତୀ, ଭାଇ ଭାଉଜ ଏବଂ ଜୀବନସାଥୀ ପରି ଚଳଚିତ୍ରରେ ତାଙ୍କ ନିଖୁଣ ଅଭିନୟ କରି ସମସ୍ତଙ୍କ ପାଖରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା । ତାଙ୍କ ମୃତ୍ୟୁରେ ଦେଶ ଜଣେ ଆଗଧାଡିର ନୃତ୍ୟାଙ୍ଗନାଙ୍କୁ ହରାଇଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।

ଶୋକ ବ୍ୟକ୍ତ କଲେ ନବୀନ

ପଦ୍ମଶ୍ରୀ ମିନତୀ ମିଶ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି ।  ତାଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଶୀ ନୃତ୍ୟର ଗରିମା ବୃଦ୍ଧିରେ ତାଙ୍କର ଜୀବନବ୍ୟାପୀ ସାଧନା ସର୍ବଦା ସ୍ମରଣୀୟ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ।

Related Posts