ବିଜେପି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିନ; ଆଜି ୬ଟି ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀରେ ଆରମ୍ଭ ହୋଇଥିବା ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ଦ୍ବିତୀୟ ଦିନ। ଆଜି ଶିବିରରେ ବିଜେପି ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପି. ମୁରଲୀଧର ରାଓ, ରାଜ୍ୟ ସଭାପତି ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଉତ୍ତର ପ୍ରଦେଶର ବରିଷ୍ଠ ନେତା ତଥା ସାଂସଦ ମହେଶ ଶର୍ମା, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଲିଛି ।

ଏହାସହ ସମସ୍ତ ବିଧାୟକ, ସାଂସଦ, ପଦାଧିକାରୀ, ସାଧାରଣ ସମ୍ପାଦକ, ଉପସଭାପତି, ଜିଲ୍ଲା ସଭାପତି ଓ ପ୍ରଭାରୀ, ୨୦୧୯ ରେ ନିର୍ବାଚନ ଲଢିଥିବା ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନେ ମଧ୍ୟ ଉପସ୍ଥିତ ହେବେ । ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ମୋଟ ୧୫ଟି ପର୍ଯ୍ୟାୟ ଆଲୋଚନା ରହିଥିବା ବେଳେ ଗତକାଲି ୫ଟି ପର୍ଯ୍ୟାୟ ଆଲୋଚନା ସରିଛି । ଏବଂ ଆଜି ୬ଟି ପର୍ଯ୍ୟାୟରେ ବିଭିନ୍ନ ଦିଗକୁ ନେଇ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ ।ଏହା ସହିତ ୧୫ ତାରିଖ ଅର୍ଥାତ ଶେଷ ଦିନ ୪ଟି ପର୍ଯ୍ୟାୟରେ ଦଳର କର୍ମକର୍ତ୍ତା ମାନଙ୍କୁ ତାଲିମ ଦିଆଯିବ।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ବିଜେପି ମିଶନ ମୋଡ଼ କୁ ଆସିଛି। ଓଡିଶାରେ ସରକାର ଗଠନ ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛି ଦଳ । ସାଙ୍ଗଠନିକ ସ୍ଥିତି ମଜବୁତ କରିବା ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଯୋଜନାର ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଶିବିରରେ ମନ୍ତ୍ର ଦେଉଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ।

Related Posts